ଭଦ୍ରକ: ସାରା ବିଶ୍ୱରେ ଏବେ ଚୀନର ‘କରୋନା’ ଭାଇରସକୁ ନେଇ ଆତଙ୍କର ବାତାବରଣ ଖେଳିଯାଇଥିବା ବେଳେ ଚୀନ ନାଗରିକଙ୍କୁ ସବୁ ଦେଶରେ ବାଛନ୍ଦ କରାଯାଉଛି। ଭାରତରେ ଚୀନ୍ ନାଗରିକଙ୍କ ଉପରେ କଟକଣା ମଧ୍ୟ ଲଗାଯାଇଛି। ଏସବୁ କଟକଣା ସତ୍ତ୍ୱେ ଭଦ୍ରକ ଜିଲ୍ଲାର ଧାମରା ବନ୍ଦରପଥ ଦେଇ ଚୀନ ନାଗରିକ ପ୍ରବଶେ କରୁଛନ୍ତି। ତେଣୁ ଚୀନ ନାଗରିକଙ୍କୁ ନେଇ ଧାମରାରେ କୋକୁଆଭୟ ଦେଖାଯାଇଛି। କାରଣ କୁହାଯାଉଛି ଯେ ଏବେ ଧାମରା ବନ୍ଦରାଞ୍ଚଳରେ ୮୧ ଜଣ ଚୀନ ନାଗରିକ ବୁଲାବୁଲି କରୁଛନ୍ତି।
ଦୁଇ ଦିନ ପୂର୍ବରୁ ଧାମରା ବନ୍ଦରରେ ଏକ ହଂକକଂଗ ଜାହାଜ ଲାଗିଥିବା ବେଳେ ଗତକାଲି ରାତିରେ ଏକ ଜାହାଜ ଲାଗିଥିଲା। କୁହାଯାଉଛି କି ସମୁଦ୍ର ଭିତରେ ଆହୁରି କିଛି ଜାହାଜ ଅଛି।
ବିଦେଶୀ ଜାହାଜରେ ବିଦେଶୀ ନାଗରିକଙ୍କ ଧାମରା ଅଞ୍ଚଳରେ ପ୍ରବେଶ ନେଇ କରୋନା ଭାଇରସ୍ ଆତଙ୍କ ସୃଷ୍ଟି ହୋଇଛି। କିଛି ଚୀନ୍ ନାଗରିକ ଧାମରା ସହର ଓ ଏହାର ଆଖପାଖ ଅଞ୍ଚଳରେ ବୁଲୁଥିବାର ଅଭିଯୋଗ ମଧ୍ୟ ଅଞ୍ଚଳବାସୀଙ୍କ ପକ୍ଷରୁ ହେଉଛି। ଏମାନଙ୍କ ଦେହରେ କାଳେ କରୋନା ଭାଇରସ୍ ଥାଇପାରେ ବୋଲି ଲୋକ ଆତଙ୍କିତ ହେଉଥିବା ବେଳେ ବନ୍ଦର କତ୍ତୃପକ୍ଷ ଏ ଦିଗରେ ବିଶେଷ କିଛି ପଦକ୍ଷେପ ନେଉନଥିବା ନେଇ ବନ୍ଦର କର୍ମଚାରୀ ସଂଘ ଓ ବିଏମଏସ କର୍ମଚାରୀ ସଂଘ ପକ୍ଷରୁ ଅଭିଯୋଗ ଉଠିଛି।
ଏନେଇ ମଧ୍ୟ ବିଭିନ୍ନ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି। ଆଜି ଏଭଳି କିଛି ଅଭିଯୋଗ ଆସିବା ପରେ ସମ୍ବାଦ ପକ୍ଷରୁ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ପ୍ରତିକ୍ରିୟା ନେବାକୁ ପ୍ରୟାସ କରାଯାଇଥିଲା। ଶ୍ରୀ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହନ୍ତି ଯେ, ଏଭଳି ଅଭିଯୋଗ ସ୍ଥାନୀୟ ଲୋକଙ୍କ ପାଖରୁ ଆସୁଥିବା ବେଳେ ପ୍ରଶାସନ ପକ୍ଷରୁ କିନ୍ତୁ ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ଜାହାଜରେ ଆସୁଥିବା ବିଦେଶୀ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ଉପରେ ତାଗିଦ୍ କରାଯାଇଥିବା ବେଳେ ସେମାନଙ୍କୁ ବାହାରକୁ ବୁଲିବାକୁ ଛାଡିବାକୁ ବାରଣ କରାଯାଇଛି।
ପ୍ରକାଶ ଥାଉକି, ଚୀନର ତାଇୱାନ ଓ ଅନ୍ୟ ଅଞ୍ଚଳରୁ ୮୧ ଜଣ ଚୀନ ନାଗରିକ ଧାମରା ବନ୍ଦରାଞ୍ଚଳରେ ରହିଛନ୍ତି। ଏମାନଙ୍କ ମଧ୍ୟରୁ ବିଭିନ୍ନ ସମୟରେ କିଛି ନାଗରିକ ମାର୍କେଟରେ ବୁଲିବାର କିଛି ଲୋକ ଦେଖିଥିବା ନେଇ ଅଭିଯୋଗ ଉଠାଇଛନ୍ତି। ବିଶେଷକରି ଧାମରା, କଇଥକୋଲା, ଦୋସିଙ୍ଗା ଆଦି ଅଞ୍ଚଳରେ କିଛି ବିଦେଶୀ ନାଗରିକ ସକାଳ ସମୟରେ ବୁଲିବା ଓ ବଜାରକୁ ଆସିବା ଘଟଣା ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/IMG-20200220-WA0081.jpg)