୮୪୦ ଲିଟର ଦେଶୀ ମଦ ଜବତ, ୬ ଅଭିଯୁକ୍ତ ଗିରଫ

ଭଦ୍ରକ: ଜିଲ୍ଲାପାଳ ଜ୍ଞାନ ଦାସଙ୍କ  ନିର୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ମିର୍ଜାପୂର୍ ଓ ଧାମନଗର ଥାନା  ଅନ୍ତର୍ଗତ ଗୁଣୁପୁର, ପିରିଜିପୁର ଓ ଜଳମାଣ୍ଡୁଆ ଗ୍ରାମରେ ବ୍ୟାପକ ଚଢାଉ କରାଯାଇ ୮୪୦ ଲିଟର ଦେଶୀ ମଦ ଜବତ କରାଯିବା ସହ ଏ ସଂକ୍ରାନ୍ତରେ ୬ ଜଣଙ୍କୁ ଗିରଫ କରାଯାଇଛି । ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଏହି ଚଢ଼ାଉ କରିଥିଲେ l ଉକ୍ତ ଚଢ଼ାଉରେ ଏସ୍‌ଆଇ ଜଗନ୍ନାଥ ମିଶ୍ର, ଏସ୍‌ଆଇ ବ୍ରଜ ମୋହନ ମଲିକ, ଏଏସ୍‌ଆଇ ପ୍ରହଲ୍ଲାଦ ସାମଲ, ଦୀପକ ରାଉତ, ପୁରୁଷୋତ୍ତମ ମଲ୍ଲିକ , ସୁବାଶିଷ ରାଉତ, ମୁରଲୀ ପ୍ରଧାନ, ସଂଧ୍ୟାରାଣୀ ସେନାପତି, ମିଥୁନ ଜେନା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର