ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ରାଏବଗା ନିକଟବର୍ତ୍ତି ଆମକୋ ସିମକୋ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୮୪ତମ ହୀରକ ସହିଦ ଦିବସ ପାଳିତ ହୋଇ ଯାଇଛି। ୧୯୩୯ ମସିହା ଏପ୍ରିଲ ୨୫ ତାରିଖ ମୁଣ୍ଡା ସମାଜର ଆଦିବାସୀ ଲୋକମାନଙ୍କର "ଖୁଟକାଟୀ" ପ୍ରଥା ଆନ୍ଦୋଳନକୁ ଦମନ କରିବା ପାଇଁ ତତ୍କାଳୀନ ଗାଙ୍ଗପୁର ରାଜ ଶାସନ ନିର୍ଦେଶ କ୍ରମେ ବ୍ରିଟିଶ ଫୌଜ ଦ୍ୱାରା ଘଟେଇଥିବା ଲୋମହର୍ଷକ ଗୁଳିକାଣ୍ଡରେ ନିଜର ବହୁମୂଲ୍ୟ ଜୀବନ ହରାଇଥିବା ସହିଦ ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାପୂର୍ବ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା।

Advertisment

ଏହି ଅବସରରେ ସହିଦମାନଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସକାଳ ସାଢେ ଆଠଟା ସମୟରେ ବୀରମିତ୍ରପୁର ବ୍ରହ୍ମଣମରା ନିକଟରେ ଥିବା ବୀର ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ବିଭିନ୍ନ ସମ୍ପ୍ରଦାୟ ଧର୍ମଗୁରୁମାନଙ୍କ ଦ୍ୱାରା ଆମର ସଂଗ୍ରାମୀମାନଙ୍କ ଆମର ଆତ୍ମା ଶାନ୍ତିପାଇଁ ପ୍ରାର୍ଥନା କରାଯାଇଥିଲା। ବୀରମିତ୍ରପୁର ଗୁରୁଦ୍ୱାର ପ୍ରବର୍ତକ ମଞ୍ଜିତ ସିଂହ, ଆରସି ଚର୍ଚ୍ଚ ଫାଦର ସୁନୀଲ ବାଗେ ଓ ପଣ୍ଡିତ ତପନ କୁମାର ଦାଶ ଯୋଗଦେଇ ପ୍ରାର୍ଥନ କରିଥିଲେ। ସମାଜସେବୀ ଜଗଦୀଶ ଅଗ୍ରୱାଲ, ଶିକ୍ଷାବିତ ବ୍ରିଜକିଶୋର ଶୁକ୍ଲା ଓ ବୀରମିତ୍ରପୁର ପୌରପାଳିକା ସମସ୍ତ କାଉନସିଲର, ସହରର ମାନ୍ୟଗନ ବ୍ୟକ୍ତି ଉପସ୍ଥିତ ଥିଲେ। ପରେ ସାଢେ ନଅଟା ସମୟରେ ଆମକୋ ସିମକୋ ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଆମକୋ ସିମକୋ ସହିଦ ସ୍ମାରକୀ କମିଟି ସଭାପତି ତଥା ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାଏକ, ବୀରମିତ୍ରପୁର ପୌର ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାଶ, ଆମକୋ ସିମକୋ ସହିଦ ସ୍ମାରକୀ କମିଟି ଉପସଭାପତି ପ୍ରଫେସର ବିଜୟ ଟପ୍ପୋ, ସମ୍ପାଦକ ପ୍ରସନ୍ନ ତ୍ରିପାଠୀ, ଇସ୍ପାତ କଲେଜ ପୂର୍ବତନ ଅଧ୍ୟକ୍ଷ ଭାବନି ଶଙ୍କର ଚାଣ୍ଡକ, ପୌରାଧକ୍ଷ ସନ୍ଦୀପ ମିଶ୍ର, ନିବେଦିତା ବାଗେ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ଆମକୋ ସିମକୋ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ବିଜେପି ବିଧାୟକ ଶଙ୍କର ଓରାମ ଶ୍ରଦ୍ଧାଞ୍ଜଳି ଦେବାସହ ଆମକୋ ସିମକୋ ଠାରେ ଘଟିଥିବା ଘଟଣା ଭାରତବର୍ଷରେ ହୋଇଥିବା କୃଷକ ଆନ୍ଦୋଳନ ମଧ୍ୟ୍ୟରେ ଅନ୍ୟତମ ଓ ଅବିସ୍ମରଣୀୟ ଘଟଣା। ଏଠାରେ ପ୍ରାଣ ହରାଇଥିବା ଜମିରୟତ ମାନଙ୍କୁ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ମିଳିବା ଦରକାର ଏଥିପାଇଁ ସବୁ ସ୍ତରରେ ଉଦ୍ୟମ ହେଵା ଦରକାର ବୋଲି କହିଥିଲେ। ସେହିପରି ବିଜେଡି ବିଧାୟକ ପ୍ରାର୍ଥୀ ରୋହିତ ଜୋସେଫ ତୀର୍କୀ, ଜେଏମଏମର ଏମଡି ସମୀର, ଲୁସି ସୋରେନ ପଟେଲ ବାର୍ଲା, ପିଟର ଟୋପ୍ନ ପ୍ରମୁଖ ଆମକୋ ସିମକୋରେ ପହଞ୍ଚି ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବା ଜଣାପଡିଛି।