ଜାଲୁଆ ସାହି କଣ୍ଟେନମେଣ୍ଟ ଜୋନ୍‌ରୁ ୨୪ ପଜିଟିଭ୍‌ ଚିହ୍ନଟ, କଟକରେ ଆଜି ୮୫ ଜଣ କରୋନା ଆକ୍ରାନ୍ତ

କଟକ: ମାଲଗୋଦାମ ନିକଟ ଜାଲୁଆ ସାହି କଣ୍ଟେନମେଣ୍ଟ ଜୋନ୍‌ରୁ ଆଜି ପୁଣି ୨୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୫ ଜଣ ମହିଳା ହୋଇଥିବା ବେଳେ ୯ ଜଣ ପୁରୁଷ। ଏଥି ସହିତ କଟକ ସହରର ବିଭିନ୍ନ ଅଂଚଳରେୁ ଆଜି ମୋଟ ୮୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ଜଣ ସଂଗରୋଧରୁ ଥିବା ବେଳେ ୨୧ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ।

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ଏସ୍‌ସିବି ଆଇସୋଲେସନରୁ ଜଣେ ମହିଳାଙ୍କ ସମେତ ୭ ଜଣ ପୁରୁଷ ଅଛନ୍ତି। ଅନ୍ୟ ୫ ଜଣଙ୍କ ମଧ୍ୟରୁ ୨ ଜଣ ଅନ୍ୟ ଜିଲ୍ଲାକୁ ଯାଇଥିବା ବେଳେ ଜଣେ ଜମ୍ମୁରୁ ଫେରିଥିଲେ।

ସୂଚନାଯୋଗ୍ୟ, କଟକ ସହରରେ ଏବେ ସୁଦ୍ଧା ୧୮୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୦୧୩ ଜଣ ସୁସ୍ଥ ହୋଇଛନ୍ତି। ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୮୫୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ଗୃହ ସଂଗରୋଧରୁ ମୋଟ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ହରିପୁର ଅଂଚଳରୁ ୩ ଜଣ ମହିଳାଙ୍କ ସମେତ ୯ ଜଣ, ମୁକାମେଶ୍ୱରରୁ ୩ ଜଣ ମହିଳାଙ୍କ ସମେତ ୪ ଜଣ, ସିଡିଏ ସେକ୍ଟର-୭ରୁ ଜଣେ ମହିଳାଙ୍କ ସମେତ ୩ ଜଣ, ପିଠାପୁରରୁ ୨ ଜଣ ପୁରୁଷ, ବଖରାବାଦରୁ ୨ ଜଣ ମହିଳା, ଚାଉଳିଆଗଂଜ, ବକ୍ସିବଜାର ଓ ପଟ୍ଟାପୋଲରୁ ଜଣେ ଲେଖାଏଁ ମହିଳା ଏବଂ କାଠଗଡ଼ାସାହି, ମଙ୍ଗଳବାଗ, ରାଣୀହାଟ ଗୋପାଳ ସାହି ଓ ମେରିଆ ବଜାରରୁ ଜଣେ ଲେଖାଏଁ ପୁରୁଷ ଆକ୍ରାନ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର