ଜୟପୁର: ଜୟପୁର ସହର ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଗାଡି ପାର୍କିଂ ପାଇଁ ବାରଣ ହୋଇଛି। ଏନେଇ ଗାଡି ମାଲିକଙ୍କୁ ବାରମ୍ବାର ଅବଗତ କରାଯାଉଛି। ହେଲେ ସେଥିରେ କୌଣସି ସୁଫଳ ମିଳିପାରୁନାହିଁ। ଓଲଟା ଗାଡି ମାଲିକମାନେ ଟ୍ରକ ଓ ବସକୁ ଜାତୀୟ ରାଜପଥରେ ରଖି ଅଧାରାସ୍ତା ଅବରୋଧ କରୁଛନ୍ତି। ଏନେଇ ଆଜି ଆଞ୍ଚଳିକ ପରିବହନ ବିଭାଗ ଓ ପୁଲିସର ମିଳିତ ଭାବେ ଯାଞ୍ଚ କରି ଜରିମାନା ଆଦାୟ କରାଯାଇଛି।

Advertisment

ଆଜି ସ୍ଥାନୀୟ ଢ଼େପଗୁଡା ଠାରୁ ଗାନ୍ଧୀଛକ ମଧ୍ୟରେ ଜାତୀୟ ରାଜପଥରେ ପାର୍କିଂ କରିଥିବା ଗାଡିମାନଙ୍କୁଠାରୁ ଜରିମାନା ଆଦାୟ କରାଯାଇଛି। ଏଥିସହ ବାଇକ ଚାଳକଙ୍କ ହେଲମେଟ୍ ଓ ଗାଡିର କାଗଜପତ୍ର ଯାଞ୍ଚ କରାଯାଇଛି। ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୨୨ଟି ଚାଲାଣରେ ୭୭ ହଜାର ଟଙ୍କା ଆଦାୟ କରାଯାଇଥିବାବେଳେ ଟାଉନ ପୁଲିସ ପକ୍ଷରୁ ୧୧ଟି ଚାଲାଣରେ ୧୦ ହଜାର ଟଙ୍କା ଆଦାୟ କରାଯାଇଛି।

publive-image

ଏହି ଯାଞ୍ଚ ସମୟରେ କୋରାପୁଟ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ତପନ କୁମାର ବେଟି, ସହକାରୀ ମୋଟର ଯାନ ନିରୀକ୍ଷକ ପି. ନାଗଭୂଷଣ ରାଓ, ଟାଉନ ଥାନା ଏସ୍‌ଆଇ ସଞ୍ଜିବ କୁମାର ମହାନ୍ତିଙ୍କ ସମେତ ପୁଲିସ ଟିମ୍ ସାମିଲ ହୋଇଥିଲେ।