ସ୍କୁଟିରେ ଚାଲାଣ ବେଳେ ୮ କେଜି ଗଞ୍ଜେଇ ଜବତ,୨ ଗିରଫ 

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଦୁର୍ଗାପ୍ରସାଦ ନିକଟରେ ଏକ ସ୍କୁଟିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ୍ ଜବତ କରିଛି। ଏହି ଅଭିଯୋଗରେ ୨ ଜଣଙ୍କୁ ଗରିଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଚାଳାଣ ହେଉଥିବା ସ୍କୁଟି ସହ ୮ କେଜି ୪୦ ଗ୍ରାମ ଗଞ୍ଜେଇ ପୁଲିସ୍ ଜବତ କରିଛି। ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା ବିଶିପଡା ଥାନା ବାଡି ଶୁଗା ଗ୍ରାମର ପ୍ରବିଣ ଦିଗାଲ(୨୨) ଏବଂ ଟିକାବାଲି ଥାନା ପ୍ରଧାନପଡା ଗ୍ରାମର ଉଦ୍ଧବ ଦିଗାଲ(୨୧) ବୋଲି ପୁଲିସ୍ ସୂଚନା ଦେଇଛି।

ଗତକାଲି ସଂନ୍ଧ୍ୟା ସମୟରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦ ନିକଟରେ ଏସଆଇ ମନସ୍ବିନୀ ମହାନ୍ତି ପେଟ୍ରୋଲିଂ କରୁଥିବା ବେଳେ ଦୁଇଜଣ ଯୁବକ ସ୍କୁଟିରେ ଯାଉଥିଲେ। ସେମାନଙ୍କ ହାବ ଭାବକୁ ସନ୍ଦେହ କରି ସେମାନଙ୍କୁ ଅଟକାଇ ଯାଞ୍ଚ କରିବା ସମୟରେ ସେମାନଙ୍କ ନିକଟରୁ ଏକ ବ୍ୟାଗ୍ରୁ ଗଞ୍ଜେଇ ବାହାରିଥିଲା। ଏହାପରେ ମାଜିଷ୍ଟ୍ରେଟ୍ ବିକାଶ ଚନ୍ଦ୍ର ଭୋଇଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏସଂକ୍ରାନ୍ତରେ କେସ୍ ନମ୍ବର ୩୬୨ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର