ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ର ଏକ ଆବାସିକ ବିଦ୍ୟାଳୟର ହଷ୍ଟେଲରେ ରହି ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ଆଦିବାସୀ ଛାତ୍ରୀ ୫ ମାସର ଅନ୍ତଃସତ୍ତ୍ବା ହୋଇଛନ୍ତି। ଏହି ଘଟଣାରେ ପୁଲିସ ହରିଚନ୍ଦନପୁର ଥାନା କଣ୍ଟୋଳା ଗ୍ରାମର ଚିତ୍ରସେନ ପାତ୍ର (୨୪) ନାମକ ଜଣେ ଯୁବକକୁ ଗିରଫ କରିଛି। ଚିତ୍ରସେନ ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିବାରୁ ସେ ଅନ୍ତଃସତ୍ତ୍ବା ହୋଇଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁସାରେ, କରୋନା ପାଇଁ ବିଦ୍ୟାଳୟ ଓ ହଷ୍ଟେଲ ବନ୍ଦ ରହିଥିଲା। ଛାତ୍ରୀ ଜଣଙ୍କ ଘରକୁ ପଳାଇ ଆସିଥିଲେ। ଏହି ସମୟରେ ଚିତ୍ରସେନ ଛାତ୍ରୀଙ୍କ ଘରପାଖରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ବାରମ୍ବାର ଯିବାଆସିବା କରୁଥିଲା। ଉଭୟଙ୍କ ଦେଖାସାକ୍ଷାତ ହେବା ପରେ ଚିତ୍ରସେନ ଛାତ୍ରୀଙ୍କୁ ପ୍ରେମଜାଲରେ ଫସାଇଥିଲା। ତାଙ୍କୁ ବିବାହ ପ୍ରତିଶ୍ରୁତି ବାରମ୍ବାର ଦୁଷ୍କର୍ମ କରିଥିଲା। ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଖୋଲିବା ପରେ ଛାତ୍ରୀଜଣଙ୍କ ହଷ୍ଟେଲକୁ ଯାଇଥିଲେ। ସେଠାରେ କିଛିଦିନ ରହିବା ପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେ ୫ ମାସର ଅନ୍ତଃସତ୍ତ୍ବା ଥିବା ଜଣାପଡ଼ିଥିଲା। ଏ ସମ୍ପର୍କରେ ଛାତ୍ରୀ ଜଣଙ୍କ ହରିଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍ ନମ୍ବର ୧୭୦/୨୧ରେ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ଚିତ୍ରସେନକୁ ଗିରଫ କରି କୋର୍ଟଚାଲାଣ କରିଛି। ଛାତ୍ରୀଙ୍କୁ ଡାକ୍ତରୀମାଇନା ପାଇଁ ପଠା ଯାଇଥିବା ଥାନା ଅଧିକାରୀ ସୁସ୍ମିତା ଦେବତା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/0c09181e-4883-4ec9-8138-f4192f33cd26.jpg)