ଟ୍ୟୁସନ୍‌ରୁ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତ ଅପହରଣ କରି ନେଇ ରାସ୍ତାରେ ଫିଙ୍ଗି ଦେଇଥିବା ଛାତ୍ରୀଙ୍କ ହସ୍‌ପିଟାଲ୍‌ରେ ମୃତ୍ୟୁ

ଭଦ୍ରକ: ଯାଜପୁର ଅହିୟାସ ଅଞ୍ଚଳର ନବମ ଶ୍ରେଣୀର ଛାତ୍ରୀ ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ଚାରି ଜଣ ଦୁର୍ବୁତ୍ତ ତାଙ୍କୁ ଅପହରଣ କରି ନେଇଥିଲେ। ଏବଂ ଅପହରଣ କରିବା ପରେ ଧୁଷୁରୀ ଥାନା ଅଧିନ ଅର୍ଜୁନପୁର କୋଚିଳା ନଦୀ ପଠାରେ ପକାଇ ଦୁଇଜଣ ଫେରାର ହୋଇଯାଇଯିବା ବେଳେ ଅନ୍ୟ ଦୁଇ ଅପହରଣକାରୀ ଛାତ୍ରୀଙ୍କୁ ଧାମନଗର ଡାକ୍ତରଖାନାକୁ ଆଣି ସଙ୍ଗେସଙ୍ଗେ ଫେରାର ହୋଇଯାଇଥିଲେ ।

ଘଟଣାଟି ସମ୍ବେଦନଶୀଳ ହେବାରୁ ଧାମନଗର ମେଡିକାଲ କର୍ତ୍ତୃପକ୍ଷ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳ ୮ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ମୃତା ଛାତ୍ରୀଙ୍କ ବାପାଙ୍କ ବୟାନ ଅନୁଯାୟୀ, ଅହିୟାସ ଅଂଚଳର ଦୁଇ ଜଣ ଦୁର୍ବୁତ୍ତଙ୍କ ମାମୁ ଘର ଧାମନଗର। ମୋ ଝିଅକୁ ଅପହରଣ କରିବା ପଛରେ  ଧାମନଗରର ଦୁଇ ଜଣ ସହଯୋଗୀଙ୍କ ହାତ ଅଛି।

ସମ୍ବନ୍ଧିତ ଖବର