ନବମଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହେବାପରେ ୫ମାସର ଅନ୍ତସତ୍ତ୍ୱା; ଦୁଷ୍କର୍ମକାରୀ ଗିରଫ

ମୟୁରଭଞ୍ଜ: ମୟୁରଭଞ୍ଜ ରରୁଆଁ ଥାନା ସୁକୃଲି ବ୍ଲକ୍‌ ଜାମଦାପାଳ ଆଶ୍ରମର ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହେବା ପରେ ଅନ୍ତସତ୍ତ୍ୱା ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ନବମଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମକାରୀର ନାମ ପରମେଶ୍ୱର ହନଗା ବୋଲି ଜଣାପଡ଼ିଛି। ଦୁଷ୍କର୍ମକାରୀ ପରମେଶ୍ୱରକୁ ପୁଲିସ ସୋମବାର ଗିରଫ କରି ନେଇଛି।

ସୂଚନାଯୋଗ୍ୟ, ରରୁଆଁ ଅଞ୍ଚଳରେ ରହୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ପଡ଼ିଶା ଘରେ ରହୁଥିବା ପରମେଶ୍ୱର ହନଗା ଏକାକି ଥିବା ଦେଖି ଦୁଷ୍କର୍ମ କରିଥିଲା। ଏହି ଦୁଷ୍କର୍ମ ଘଟଣା ପରେ ଛାତ୍ରୀ ଜଣକ ଏବେ ୫ମାସର ଅନ୍ତସତ୍ତ୍ୱା ଅଛନ୍ତି। ପୀଡିତାଙ୍କ ପରିବାରଲୋକଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ନାମରେ ରରୁଆଁ ଥାନାରେ କେସ୍‌ ନମ୍ବର ୮୮/୧୯ରେ ପୁଲିସ ଏକ ମାମଲା ରୁଜୁ କରି ଦୁଷ୍କର୍ମକାରୀକୁ ଗିରଫ କରିଛି।

ସମ୍ବନ୍ଧିତ ଖବର