ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନ୍ଦୁପାଲି ଗ୍ରାମରେ ଛପନ ପ୍ରହରୀ ବିଶ୍ଵଶାନ୍ତି ନାମଯଜ୍ଞ, ସପ୍ତାହ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ପାଇଁ ଶୁକ୍ରବାର ଦିନ ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସକାଳ ସାତଟାରେ କେନ୍ଦୁପାଲି ସ୍କୁଲ ଠାରୁ ଏକ ବିରାଟ ଆଧ୍ୟାତ୍ମିକ ଶୋଭାଯାତ୍ରା ବାହାରିଥିଲା। ଗ୍ରାମ ପରିକ୍ରମା କଲା ପରେ ନାମ ଜଜ୍ଞସ୍ଥାନରେ ଏହି ଶୋଭାଯାତ୍ରା ପହଞ୍ଚି ଥିଲା। ଯାତ୍ରା କମିଟି ସଭାପତି ଅବସରପ୍ରାପ୍ତ ପ୍ରଫେସର ଡ଼କ୍ଟର ପ୍ରଫୁଲ୍ଲ କୁମାର ରଥ, କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ପତି, ପରିଚାଳନା ସମ୍ପାଦକ ତ୍ରିଲୋଚନ (ମାନା) ମେହେର, ବରିଷ୍ଠ ଉପସଭାପତି ବିଷ୍ଣୁ ଚରଣ ପଣ୍ଡା, ସାଧାରଣ ସମ୍ପାଦକ ନବକୃଷ୍ଣ ମେହେର, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ସେଠୀ, ବେଣୁଧର ମେହେର, ସଂଯୋଜକ ଯୁଗଳ କିଶୋର ମିଶ୍ର, ବରିଷ୍ଠ ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ପାଢ଼ୀ, ପଣ୍ଡିତ ବଳରାମ ଶତପଥୀ, ଭୂଷଣ କୁମାର ପାତ୍ର, ସୌମିତ୍ରୀ ମେହେର, ଉପଦେଷ୍ଟା ରଞ୍ଜିତ କୁମାର ରଥ, ସହସମ୍ପାଦକ କିଶୋର ହୋତା, ଧୀରେନ୍ଦ୍ର ବାଘ, ଇଂ ସନ୍ତୋଷ କୁମାର ମିଶ୍ର, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ବାଗବର ସରପଞ୍ଚ ନିରୁପମା ବଗର୍ତ୍ତିଙ୍କ ସହିତ ସାମ୍ବାଦିକ ରବୀନ୍ଦ୍ର ହୋତା, ରାଧାକାନ୍ତ ବାଘ, ଶେଷ ଦେବ ବାରିକ୍‌, ଶତୃଘ୍ନ ମେହେରଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ଭକ୍ତ ସାମିଲ ହୋଇଥିଲେ।

Advertisment

publive-image

ଗ୍ରାମର ଗୌନ୍ତିଆ ଶମ୍ଭୁ ମଲ୍ଲିକ ସ୍ବସ୍ତିକ ପୂଜାରେ କର୍ତ୍ତା ଭାବରେ ରହିଥିବାବେଳେ ପଣ୍ଡିତ ରାମକୃଷ୍ଣ ପଣ୍ଡା, ଭିକାରି ପଣ୍ଡା, ବାମନ ପଣ୍ଡା, ମଧୁସୂଦନ ରଥ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ। ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ଅଙ୍କୁରା ରୋପଣ,୧୨ରେ କଳସ ସୋଭାଯାତ୍ରା, ୧୩ ରୁ ଛପନ ପ୍ରହରୀ ନାମଜଜ୍ଞ ଓ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମାର୍ଚ୍ଚ ୨୦ ପୂଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟିର ସଂଯୋଜକ ଯୁଗଳ କିଶୋର ମିଶ୍ର ସୂଚନା ଦେଇଛନ୍ତି।