ଜୟପୁରରେ ଜୁଆ ଆଡ୍ଡା ଉପରେ ଚଢ଼ାଉ: ୯ ଅଟକ, ୫୯ ହଜାର ଟଙ୍କା ଜବତ

ଜୟପୁର: କିଛି ଦିନର ବ୍ୟବଧାନ ପରେ ପୁଣି କୋରାପୁଟ ଜିଲ୍ଲା ଜୟପୁର ଟାଉନ ପୁଲିସ ହାତରେ ପଡ଼ିଛନ୍ତି ଜୁଆଡି। ଆଜି ଜୟପୁର ପୁଲିସ ସହର ଲେବର ଓଫିସ ଛକ ନିକଟ ମାଳିସାହିରେ ଚଢ଼ାଉ କରି ୫୯,୦୦୦ଟଙ୍କା ଜବତ କରିବା ସହ ୯ ଜଣଙ୍କୁ ଅଟକ ରଖିଛି। ଏହା ସହ ୧୦ ମୋବାଇଲ ସହ ଅନ୍ୟ ଜିନିଷପତ୍ର ଜବତ କରିଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି। କରୋନା ସମୟରେ ପୁଲିସ କାର୍ଯ୍ୟରତ ଥିବା ବେଳେ ଜୁଆଡ଼ିମାନେ ସହରର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଜମାଇଛନ୍ତି।

ସମ୍ବନ୍ଧିତ ଖବର