ରାଉରକେଲା : ଭଡ଼ାରେ ନେଇ ଦାମୀ କ୍ୟାମେରାଗୁଡିକୁ ରାଉରକେଲା ଓ ଝାଡ଼ଖଣ୍ଡରେ ବିକି ଦେଉଥିବା ଜଣେ ଠକ ସମେତ ତାର ସହଯୋଗୀଙ୍କୁ ଗୁରୁବାର ପ୍ଲାଣ୍ଟ ସାଇଟ ପୁଲିସ ଗୁରଫ କରିଛି । ଏମାନଙ୍କ ନିକଟରୁ ପୁଲିସ ଚାରି ଲକ୍ଷରୁ ଅଧିକ ଟଙ୍କାର ୯ ଡିଏସଏଲଆର କ୍ୟାମେରା ଜବତ କରିଛି । ଗିରଫ ଦୁଇଜଣ ଯୁବକ ମଧ୍ୟରୁ ଜଣେ ହେଲେ ରେଲୱେ କଲୋନିର ଗଣେଶ ପରିଡା ଓ ଅନ୍ୟ ଜଣେ ନାବଳ ରହିଛି।
ସୂଚନାଯୋଗ୍ୟ, ଗଣେଶ ପରିଡ଼ା ଓ ତାର ସହଯୋଗୀ କ୍ୟାମେରାକୁ କିଛଦିନ ପାଇଁ ଭଡ଼ାରେ ନେଇ ଥାଆନ୍ତି। ଏହାପରେ ଦୁହେଁ ମିଶି ଭଡ଼ାରେ ଆଣିଥିବା କ୍ୟାମେରାକୁ ରାଉରକେଲା ଓ ଝାଡ଼ଖଣ୍ଡରେ ବିକି ଦେଉଥିଲେ। କ୍ୟାମେରାଗୁଡିକୁ ଗଣେଶ ଦିନକୁ ୨୫୦ ଟଙ୍କା ଭଡାରେ ନେଉଥିଲେ । ସେଗୁଡିକୁ ୧୫ ରୁ ୨୦ ହଜାର ଟଙ୍କାରେ ବିକି ଦେଉଥିବା ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ ତଦନ୍ତ ଚଳାଇ ଦୁଇଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/WhatsApp-Image-2020-08-27-at-14.20.01.jpeg)