ରାଉରକେଲାରୁ ଏଟିଏମ୍ ଲୁଟେରା ଗ୍ୟାଙ୍ଗର ୯ ଡକାୟତ ଗିରଫ

ରାଉରକେଲା: ରାଉରକେଲାସ୍ଥିତ ଏକ ଏଟିଏମକୁ ଟଙ୍କା ନେଇ ଯାଉଥିବା ସିଏମ୍‌ଏସ୍‌  କମ୍ପାନିର ଟଙ୍କା ବିତରଣ ଭ୍ୟାନ୍‌ରୁ ଲୁଟ ହୋଇଥିବା ନେଇ ବିଜୟ କୁମାର ବିଶ୍ୱାଳ ବିର୍ସା ପୁଲିସ ଷ୍ଟେସନ୍‌ରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ଏହି ଲୁଟ ଘଟଣାରେ ସମ୍ପୃକ୍ତ ଥିବା ଏକ ରାକେଟର ୯ଜଣ ଡକାୟତଙ୍କୁ ପୁଲିସ୍ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ସେକ୍ଟର-୧ର କଲ୍ୟାଣ ବସ୍ତିର ବ୍ରଜଭାଷା ସୁନ୍ଦର ସେଟ୍ଟୀ ଓ ସୂର୍ଯ୍ୟକାନ୍ତ ନାଏକ, ଆଖଣ୍ଡଳମଣି ବସ୍ତିର ପିଣ୍ଟୁ ନାଏକ ଓ ବିଜୟ ନାଏକ, ସେକ୍ଟର-୧୫ର ସି/୪୨୩ର ଅଜୟ ନାଏକ ଓ ଦୁଇଜଣ ନାବାଳକ। ପୁଲିସ ଏମାନଙ୍କ ସହ ଏଟିଏମ୍‌କୁ ଟଙ୍କା ବିତରଣ କରୁଥିବା ଭ୍ୟାନର କର୍ମଚାରୀ ରାଜରାମ ପାତ୍ର, ନିର୍ମଳଚନ୍ଦ୍ର କରଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

ଏହି ସମସ୍ତ ଡକାୟତଙ୍କ ଠାରୁ ଡବଲ ବାରେଲ ସଟ୍‌ ଗନ୍‌, ଦେଶୀ ବନ୍ଧୁକ, ଦୁଇଟି ଭୁଜାଲି, ୩ଟି ମୋଟରସାଇକେଲ ଓ ୩ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି।

ସମ୍ବନ୍ଧିତ ଖବର