ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଦିନକୁ ଦିନ ବାଲି ଚୋରାଚାଲାଣ ବଢ଼ିବାରେ ଲାଗିଛି। ସରକାର ନିଲାମ କରିଥିବା ବାଲିଘାଟରୁ ବାଲି ନନେଇ ଅନ୍ୟ ଅନ୍ୟ ବାଲିଘାଟରୁ ବାଲା ଚୋରାଚାଲାଣ କରୁଛନ୍ତି। ଯାହାଫଳରେ ସରକାରଙ୍କ ରାଜସ୍ୱ ହାନି ହେଉଛି।

Advertisment

ଆଜି ବୀରମହାରାଜପୁର ତହସିଲଦାର ରଞ୍ଜନ କୁମାର ପରିଡ଼ା ଅଚାନକ ଚଢ଼ାଉ କରି ନଅଟି ବାଲିବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲେ। ସେଥିମଧ୍ୟରୁ ବୀରମହାରାଜପୁର ଥାନା ଅନ୍ତର୍ଗତ ବାରଝୁଲା ହରିହର ଯୋର୍‌ ନିକଟରୁ ୫ଟି ଓ ଚାରୋଟି ଟ୍ରାକ୍ଟର ସୁବଳୟା ଥାନା ସୁରୁବାଲି ଯୋର ନିକଟରୁ ଧରାଯାଇଥିଲା। ତହସିଲଦାର ପ୍ରଥମେ ସମସ୍ତ ଟ୍ରାକ୍ଟରକୁ ଅଟକ ରଖିଥିଲେ। ଏହାପରେ ପ୍ରତ୍ୟେକ ଟ୍ରାକ୍ଟର ପିଛା ଦଶ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ଏଭଳି ଜରିମାନା ଆଦାୟ ଫଳରେ ଟ୍ରାକ୍ଟର ମାଲିକମାନଙ୍କ ମନରେ ଛନକା ପସିଛି। ଆଗକୁ ବେଆଇନ ବାଲି ନେଉଥିବା ଅସାଧୁ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆମ ପ୍ରତିନିଧିଙ୍କୁ କହିଛନ୍ତି ବୀରମହାରାଜପୁର ତହସିଲଦାର ଶ୍ରୀ ପରିଡ଼ା।