ବାଲେଶ୍ବର/ଭଦ୍ରକ ବାତ୍ୟା ସମୟରେ ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ୯୧ ଜଣ ନବଜାତକ ଜନ୍ମଲାଭ କରିଛନ୍ତି। ଗତକାଲି ଠାରୁ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ବାତ୍ୟା ତାଣ୍ଡବ ରଚିଥିଲା ବେଳେ ୯୧ ଜଣ ପ୍ରସୂତି ଏହି କଅଁଳ ଶିଶୁମାନଙ୍କୁ ଅନ୍ଧାରରୁ ଆଲୁଅ ଦେଖାଇଛନ୍ତି। ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ଗତକାଲି ବାଲେଶ୍ବର ଜିଲ୍ଲା ପ୍ରଶାସନ ତରଫରୁ ୬୦୦ ଜଣ ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ୨୨୪ ଜଣ ପ୍ରସୂତିଙ୍କୁ ସେମାନଙ୍କ ଘରୁ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସହାୟତାରେ ଅଣାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଥାଉକି, ଭଦ୍ରକ ଜିଲ୍ଲାରେ ଜନ୍ମିତ ୬୯ ଜଣ ନବଜାତକଙ୍କ ମଧ୍ୟରୁ ୩୮ ଜଣ ପୁତ୍ରସନ୍ତାନ ଏବଂ ୩୧ ଜଣ କନ୍ୟା ସନ୍ତାନ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲାରେ ୧୩ ଜଣ ପୁତ୍ରସନ୍ତାନ ଓ ୯ ଜଣ କନ୍ୟା ସନ୍ତାନ ଜନ୍ମଲାଭ କରିଛନ୍ତି। ତେବେ ସଦର ବ୍ଲକ ପରିଖି ଅଞ୍ଚଳର ବାଦଲ ମାଇତିଙ୍କ ପତ୍ନୀ ସୋନାଲି ମାଇତିଙ୍କ ଆଜି ସଂଧ୍ୟାରେ ପୁତ୍ରସନ୍ତାନ ଜନ୍ମଲାଭ କରିଥିବା ବେଳେ ସେ ତାର ନାଁ ‘ୟାସ’ ରଖିଥିବା ଜଣାଇଛନ୍ତି। ଏହି ଅବସରରେ ଉଭୟ ମା ଓ ନବଜାତକଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିବା ସହ ସେମାନଙ୍କୁ ସୁରକ୍ଷିତ ମାତୃତ୍ବ ଲାଭ କରିବାରେ ସହଯୋଗ କରିଥିବାରୁ ସମ୍ପୃକ୍ତ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସାଧୁବାଦ ଜଣାଯାଇଛି।
ବାତ୍ୟାରେ ଜନ୍ମ ନେଲେ ୯୧, ପୁତ୍ର ସନ୍ତାନର ନାଁ ଦିଆଗଲା ‘ୟାସ’
/sambad/media/post_attachments/wp-content/uploads/2021/05/girl-baby-child-750x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)