ବେହେରା ସାହି କଣ୍ଟେନମେଣ୍ଟ ଜୋନ୍‌ରୁ ୨୮ ସମେତ କଟକରୁ ଆଜି ୯୧ ଜଣ କରୋନା ଆକ୍ରାନ୍ତ

କଟକ: ସ୍ଥାନୀୟ ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନ୍‌ରୁ ୨୮ ଜଣଙ୍କ ସମେତ ଆଜି କଟକ ସହରର ବିଭିନ୍ନ ଅଂଚଳରେୁ ମୋଟ ୯୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ଜଣ ସଂଗରୋଧରୁ ଥିବା ବେଳେ ୧୨ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ।

 

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବେହେରା ସାହି କଣ୍ଟେନମେଣ୍ଟ ଜୋନରୁ ୧୩ ଜଣ ପୁରୁଷ ଓ ୧୫ ଜଣ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୁରୁଣା ରାଉସପାଟଣାରୁ ୭ ଜଣ ମହିଳାଙ୍କ ସମେତ ୧୪ ଜଣ ଆକ୍ରାନ୍ତ ହୋଇଛନ୍ତି। ଥୋରିଆସାହିରୁ ୧୧ ଜଣ, ମଙ୍ଗଳବାଗ, ଜୋବ୍ରାରୁ ୫-୫ ଜଣ, ଖଟବିନ ସାହି କଣ୍ଟେନମେଣ୍ଟ ଜୋନ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରୁ ୩-୩ ଜଣ, ରାଣୀହାଟ, ଖଟବିନ ସାହିରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଜଣାପଡ଼ିଛନ୍ତି।

ସୂଚନାଯୋଗ୍ୟ, କଟକ ସହରରେ ଏବେ ୧୧୮୨ କରୋନା ପଜିଟିଭ ଅଛନ୍ତି। ଏଥିରୁ ୫୯୨ ସୁସ୍ଥ ହୋଇଛନ୍ତି। ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୫୮୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ଆଜି ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପୁରୁଷ ହୋଇଥିବା ବେଳେ ୩ ଜଣ ଏସସିବି ଆଇସୋଲେସନରୁ ଅଛନ୍ତି।

ଆଜି ମୋଟ ୧୨ ଜଣ ଲୋକ ସ୍ଥାନୀୟ ଅଂଚଳରୁ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ସିଡିଏ ସେକ୍ଟର-୧, ଜୋବ୍ରା ପରେଶ୍ୱର ସାହି, ମଙ୍ଗଳବାଗ, ଥୋରିଆ ସାହି, ପାଟିନ ସାହି, ଚୌଧୁରୀ ବଜାର, ବିଡ଼ାନାସୀ, କାଜିପାଟଣା, କାଠଗଡ଼ା ସାହିରୁ ଜଣେ ଲେଖାଏଁ ଓ ରାଣୀହାଟରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର