ନୀଳଗିରିରେ ୯୨ ଝାଡ଼ଖଣ୍ଡି ହାତୀ, ଘଉଡ଼ାଇବା ପାଇଁ ବନବିଭାଗ ନାକେଦମ

ନୀଳଗିରି: ଝାଡ଼ଖଣ୍ଡରୁ ଆସିଥିବା ୯୨ଟି ହାତୀ ଗତକାଲି ଠାରୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି। ଏହି ହାତୀପଲ୍ଲଙ୍କୁ ଘଉଡ଼ାଇବା ପାଇଁ ଶତାଧିକ ବନ କର୍ମଚାରୀ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଉଦ୍ୟମ ଚଳାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ଖଣ୍ଡରୁ ମୟୁରଭଞ୍ଜ ଦେଇ ନୀଳଗିରି ସୀମାରେ ପଶିଥିବା ଏହି ହାତୀ ପଲ୍ଲର ନେତୃତ୍ୱ ଏକ ଦନ୍ତା ନେଉଛି। ଏହି ହାତୀପଲ୍ଲ ଗତକାଲୀ ବିଳମ୍ବିତ ରାତିରେ ନୀଳଗିରି ବନାଞ୍ଚଳ ଅନ୍ତର୍ଗତ ରାଧାକିଶୋର ପୁର, କାଂଶ, କାଠପାଳ ,ମହିଷାପଟ୍ଟା ଓ ଅଯୋଧ୍ୟା ଅଞ୍ଚଳରେ ଘୁରି ବୁଲୁଛନ୍ତି। ଏତେ ସଂଖ୍ୟକ ହାତୀ ଆସିଯାଇଥିବାରୁ ସାଧାରଣ ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଛି। ନୀଳଗିରି ରେଞ୍ଜ ଅଧିକାରୀ ଦେବେନ୍ଦ୍ର ନାଥ ପାତ୍ର ଓ କୁଲଡିଆ ରେଞ୍ଜ ଅଧିକାରୀ ଲକ୍ଷ୍ମଣ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ବନକର୍ମଚାରୀ ଏହି ହାତୀପଲ୍ଲଙ୍କୁ ଜନବସତି ଠାରୁ ଦୂରରେ ରଖିବା ପାଇଁ ଉଦ୍ୟମ ଚଳାଇଛନ୍ତି।

ସମ୍ବନ୍ଧିତ ଖବର