କଟକ: ଆଜି କଟକ ସହରରୁ ପୁଣି ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ମହାନାଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସିଏମସି ଅନୁସାରେ ୭୫ ଜଣ ହୋମ କ୍ୱାରେଣ୍ଟାଇନ ଓ ୧୪ ଜଣ ଲୋକାଲ କେସ ସାମିଲ ଅଛନ୍ତି । ସୂଚନା ଅନୁସାରେ ବକ୍ସିବଜାର ନିକଟ ବାସୁଳି ସାହିରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଡ଼ଗରପଡ଼ାର ବାଣୀନଗରରୁ ୨୪ ଜଣ, ଶଙ୍କରପୁର ଦାସସାହିରୁ ୭ ଜଣ, ଦୋଳମୁଣ୍ଡାଇରୁ ୬ଜଣ, ସିଡିଏ ସେକ୍ଟର-୭ରୁ ୫ ଜଣ, ଜଗତପୁର ପଦ୍ରାସାହିରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
/sambad/media/post_attachments/wp-content/uploads/2020/07/EdsmitnXYAAPjf0-1024x1024.jpg)
ସୂଚନାଯୋଗ୍ୟ, କଟକ ସହରରୁ ଏଯାଏଁ ୫୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୪୨ ଜଣ ସୁସ୍ଥ ହୋଇଥିବା ବେଳେ ୩୨୯ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି । କିନ୍ତୁ ୮ ଜଣଙ୍କର ମୃତ୍ୟୁ ହୋଇଛି ।
/sambad/media/post_attachments/wp-content/uploads/2020/07/EdsmjazX0AE2slk-1024x1024.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/58041d96-feb2-410a-8ad4-e6a44a599410.jpg)