ଖୋର୍ଦ୍ଧା: ଖୋର୍ଦ୍ଧା ଠାରେ ଥିବା ଜିଲ୍ଲାର ଅନ୍ୟତମ ବୃହତ ପାର୍କ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନରେ ପୂର୍ବବର୍ଷ ଭଳି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ଆସାମ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୪ତମ ଜୟନ୍ତୀ ସୋମବାର ପାଳିତ ହେବ। ଏ ନେଇ ସୂଚନା ଦେଇ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟିର ସମ୍ପାଦକ ସଞ୍ଜୟ ପଟ୍ଟନାୟକ କହିଛନ୍ତି ଯେ, ବର୍ଦ୍ଧିତ କରୋନା ସଂକ୍ରମଣ ଓ ସରକାରଙ୍କ ନିର୍ଦେଶକୁ ଦୃଷ୍ଟିରେ ରଖି ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ପାର୍କ ପରିସରରେ ଜୟନ୍ତୀ ପାଳିତ ହେବ।
ଏଥିରେ ଅତିଥି ଭାବେ ସ୍ମୃତି କମିଟିର ସଭାପତି, ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ସୋମବାର ସକାଳ ୯ଟା ବେଳେ ପାର୍କ ପରିସରରେ ଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ ଏକ ସଭା ଆୟୋଜିତ ହେବ ବୋଲି ସ୍ମୃତି କମିଟିର କୋଷାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/janakiballabh-f.jpg)