ଖୋର୍ଦ୍ଧା : ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୀବନକୁ ଅନୁଧ୍ୟାନ କଲେ ସ୍ପଷ୍ଟ ଜଣାଯାଏ ଯେ ଏହା ହେଉଛି, ନିଜ ଗୋଡ଼ରେ ଠିଆ ହୋଇ ଜଣେ ସଫଳ ମଣିଷ ହେବାର ମନ୍ତ୍ର । ସେ ନିଜର ଜୀବନ କାଳରେ ଅନେକ ଯୁବକଙ୍କୁ ଏହି ମନ୍ତ୍ରରେ ଦୀକ୍ଷା ଦେଇଥିଲେ। ଆଜି ଖୋର୍ଦ୍ଧା ଠାରେ ଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନ ପରିସରରେ ଅନୁଷ୍ଠିତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୫ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି ।
ସେ କହିଥିଲେ ଯେ ଜାନକୀ ବଲ୍ଲଭ ପଟ୍ଟନାୟକ ଜଣେ ସଫଳ କାହାଣୀର ନାୟକ । ଛାତ୍ର ଜୀବନରେ ଜଣେ ମେଧାବୀ ଛାତ୍ର, ଛାତ୍ର ଜୀବନରୁ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା, ପରବର୍ତୀ ସମୟରେ ଜଣେ ଉଚ୍ଚଶିକ୍ଷତ ହୋଇ ଓଡ଼ିଆ, ବହୁତ କମ ବୟସରେ ଇଂରାଜୀ ପତ୍ରପତ୍ରିକାର ସମ୍ପାଦକ ହେବା, ରାଜନୀତିରେ ଯୋଗ ଦେଇ ରାଜ୍ୟର ସର୍ବୋଚ୍ଚ କ୍ଷମତାରେ ଆସୀନ ହେବା, ତିରୁପତି ସଂସ୍କୃତ ମହାବିଦ୍ୟାଳୟର କୁଳାଧିପତି, ଆସାମ ରାଜ୍ୟପାଳ ଓ ଭଗବାନ ତିରୁପତିଙ୍କ ପାଦତଳେ ଶେଷ ନିଶ୍ୱାସ ତ୍ୟାଗ କରିବା ଆଦି ଘଟଣା ଦେଖିଲେ ଏଭଳି ଜଣେ ସଫଳ କାହାଣୀର ନାୟକ କମ୍ ଦେଖିବାକୁ ମିଳେ । ନିଜର ଜୀବନକାଳ ମଧ୍ୟରେ ସେ ଯୁବପିଢ଼ିଙ୍କୁ ନିଜଗୋଡ଼ରେ ନିଜେ ଠିଆ ହେବାର ଯେଉଁ ମନ୍ତ୍ର ଦେଇଥିଲେ ତାହା ଆଜି ପୁଣି ମନେ ପକାଇଦେବାର ସମୟ । ଯେଉଁ ଯୁବକମାନେ ମୋର କିଛି ନାହିଁ, ମୋର ବାପା ବଡ଼ଲୋକ ନୁହନ୍ତି, ମୋ ପାଖରେ ପଇସା ନାହିଁ, ମୋତେ କେହି ସାହାଯ୍ୟ କରୁନାହାନ୍ତି ବୋଲ ଯେଉଁ ଯୁବକମାନେ ଅନ୍ୟର ସହାୟତା ଲୋଡ଼ିଥାନ୍ତି ସେମାନଙ୍କୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କଥା ମନେ ପକାଇ ଦେଇ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିବି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
/sambad/media/post_attachments/wp-content/uploads/2022/01/Janaki-Ballav-Pattanaik-Smruti-Committee-Khordha-3.jpg)
ଆଜିର କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅକ୍ଷୟ ପାତ୍ର ଫାଉଣ୍ଡେସନର କର୍ମକର୍ତାଙ୍କ ଦ୍ୱାରା ହରିନାମ ସଂକୀର୍ତନ ମଧ୍ୟରେ ଆରମ୍ଭ ହୋଇଥିଲା । ସ୍ମୃତି ଉଦ୍ୟାନ ପରିସର ମଧ୍ୟରେ ଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟିର ସମ୍ପାଦକ ସଂଜୟ ପଟ୍ଟନାୟକ ସଂଯୋଜନା କରିଥିଲେ । ପୂର୍ବତନ ବିଧାୟକ ଡ ଦିଲିପ ଶ୍ରୀଚନ୍ଦନ ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ । ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ସେଂଚୁରିଆନ ବିଶ୍ୱବିଦ୍ୟାଳୟର ପୂର୍ବତନ ଚାନ୍ସଲର ଦେବୀ ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସୁପୁତ୍ର ପୃଥିବୀ ବଲ୍ଲଭ ପଟ୍ଟନାୟକ, ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରିଥିଲେ । ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଡା ବିମଳ ରଥଙ୍କ ପତ୍ନୀ କବିତାରାଣୀ ମିଶ୍ର ଧନ୍ୟବାଦ ଦେଇତିଲେ । କାର୍ଯ୍ୟକ୍ରମକୁ ସ୍ମୃତି କମିଟିର କୋଷାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ଆଇନଜୀବୀ ଶିଶିର ପରିଡ଼ା, ପ୍ରଦୋଷ ସାହୁ, ପଦ୍ମଚରଣ ରାୟ, ବିଶ୍ୱରଂଜନ ପ୍ରଧାନ, ପ୍ରଦୋଷ ହରିଚନ୍ଦନ, ମହମ୍ମଦ କେଫାଦୁଲ୍ଲା ପ୍ରମୁଖ ପରିଚାଳନା କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/t-29.jpg)