ମ୍ୟାଟ୍ରିକ ପରୀକ୍ଷା ଫଳାଫଳ: ମାଲକାନଗିରି ଜିଲ୍ଲାରେ ୯୬.୨୭ ପ୍ରତିଶତ ଛାତ୍ରଛାତ୍ରୀ ପାସ

ପ୍ରୀତିଶ କୁମାର ନାୟକ ଜିଲ୍ଲା ଟପ୍ପର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ରେକର୍ଡ କରିଛି। ଚଳିତ ବର୍ଷ ୯୬.୨୭ ପ୍ରତିଶତ ଛାତ୍ରଛାତ୍ରୀ ଜିଲ୍ଲାରେ ପାସ କରିଛନ୍ତି। ସୂଚନାଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାରେ ୧୨୦ଟି ହାଇସ୍କୁଲର ମୋଟ ୭୮୨୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ନାମ ପଞ୍ଜିକରଣ କରିଥିଲେ। ତେବେ ଏଥିରୁ ୧୮୪ ଜଣ ଅନୁପସ୍ଥିତ ରହିଥିଲେ। ବଳକା ୭୬୪୫ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୭୫୩୭ ଜଣ ପାସ ହୋଇଥିବା ବେଳେ ୧୦୮ ଜଣ ଫେଲ ହୋଇଛନ୍ତି।

ଜିଲ୍ଲାରେ ୫୪୭ ମାର୍କ ରଖି ପ୍ରତ୍ୟୁଷ କୁମାର ନାୟକ ଟପ୍ପର ହୋଇଛନ୍ତି। ତେବେ ଜିଲ୍ଲାରେ ପାସ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଏ-୧ରେ ୭ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି। ଏ-୨ରେ ୫୬ ଜଣ, ବି-୧ରେ ୧୭୨ ଜଣ, ବି-୨ରେ ୫୨୦ ଜଣ, ସି ଗ୍ରେଡରେ ୧୪୪୫ ଜଣ, ଡି ଗ୍ରେଡରେ ୩୧୩୪ ଜଣ, ଇ-ଗ୍ରେଡରେ ୨୨୦୩ ଡଣ ଛାତ୍ରଛାତ୍ରୀ ପାସ ହୋଇଥିବା ଜଣାପଡିଛି।

ତେବେ ୩୯୦୩ ଜଣ ଛାତ୍ର ପାସ ହୋଇଥିବା ବେଳେ ୩୬୩୪ ଜଣ ଛାତ୍ରୀ ପାସ କରିଥିବା ଜଣାପଡିଛି।ତେବେ ଜିଲ୍ଲାରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପାସ ହୋଇଥିବାରୁ ସବୁ ମହଲରେ ଖୁସିର ଲହରି ଖେଳିଯାଇଛି। ଜିଲ୍ଲାରେ ଟପ୍ପର ୫ ଜଣ ମଧ୍ୟରୁ ବାଲିମେଳା ଶିଶୁ ବିଦ୍ୟା ମନ୍ଦିରର ପ୍ରୀତିଶ କୁମାର ନାୟକ ୫୪୭ ଆଣି ପ୍ରଥମ ସ୍ଥାନରେ ରହିଥିବା ବେଳେ,ଏମଭି-୭ର ଜଗନ୍ନାଥପାଲ୍ଲୀ ହାଇସ୍କୁଲର ନରେନ୍ଦ୍ର କୁମାର ଦାସ ୫୪୨ ଆଣି ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ଜଗନ୍ନାଥପାଲ୍ଲୀ ହାଇସ୍କୁଲର ଶେଖର ବାରିକ ୫୪୦,ବାଲିମେଳା ଶିଶୁ ବିଦ୍ୟା ମନ୍ଦିରର ଶୁଭଶ୍ରୀ ପାଲ ୫୪୦ ଏବଂ ପ୍ରଜ୍ଞା ପ୍ରତିମା ଦାସ ୫୪୦ ଆଣି ତୃତୀୟ ହୋଇଛନ୍ତି।

ପ୍ରତିକ୍ରିୟା-

୧. ପ୍ରୀତିଶ କୁମାର ନାୟକ- ମୁଁ ମୋର ଫଳାଫଳରେ ସନ୍ତୁଷ୍ଟ ରହିଛି।ମୁଁ ଯାହା ଚାହୁଁଥିଲି ତାହା ଫଳ ପାଇଛି। ତେଣୁ ମୋର ଗୁରୁଜୀ ଗୁରୁମା ଏବଂ ପିତାମାନଙ୍କୁ ଏଥିପାଇଁ ଶ୍ରେୟ ଦେବି। ସମସ୍ତଙ୍କ ଆର୍ଶିବାଦରୁ ଆଜି ମୁଁ ଜିଲ୍ଲାରେ ଟପ୍ପର ହୋଇପାରିଛି। ଆଗକୁ ମୁଁ ଡାକ୍ତର ହେବାକୁ ଚାହୁଁଛି।

୨.ନରେନ୍ଦ୍ର କୁମାର ଦାସ-ମୁଁ ମୋର ଫଳାଫଳରେ ସନ୍ତୁଷ୍ଟ ଅଟେ।ମୁଁ ଏଥିପାଇଁ ସମସ୍ତ ଶିକ୍ଷକ ଏବଂ ପିତାମାତାଙ୍କୁ ଏହି ଶ୍ରେୟ ପ୍ରଦାନ କରିବି।ଆଗକୁ ମୁଁ ଡାକ୍ତର ହୋଇ ଗରିବଙ୍କ ସେବା କରିବି।

୩. ଶେଖର ବାରିକ- ମୁଁ ମୋଟର ଫଳାଫଳରେ ସନ୍ତୁଷ୍ଟ ନୁହଁ।ମୁଁ ୯୫ ପ୍ରତିଶତ ମାର୍କ ଆଣିବି ବୋଲି ଭାବୁଥିଲି।କିନ୍ତୁ ୯୦ ପ୍ରତିଶତ ମାର୍କ ମିଳିଛି।ଆଗକୁ ଯଦି ସୁଯୋଗ ମିଳେ ତେବେ ମୁଁ ନିଶ୍ଚିତ ଭାବେ ପରୀକ୍ଷା ଦେବି ଏବଂ ଏହା ଠାରୁ ଅଧିକା ମାର୍କ ରଖିବି। ଭବିଷ୍ୟତରେ ମୁଁ ସିଭିସ ସର୍ଭିସ ପାଠ ପଢିବାକୁ ଚାହୁଁଛି।

୪.ଶୁଭଶ୍ରୀ ପାଲ- ମୁଁ ମୋର ଫଳାଫଳରେ ସନ୍ତୁଷ୍ଟ ଅଟେ।ଆଗକୁ ଏହାଠାରୁ ଆହୁରି ଭଲ ପଢି ଭଲ ନମ୍ବର ରଖିବି।ଏହି ଶ୍ରେୟକୁ ମୋର ଗୁରୁଜୀ ଗୁରୁମା ଏବଂ ବାପା ମାଆଙ୍କୁ ଦେବି। ଆଗକୁ ମୁଁ ଡାକ୍ତରୀ ପଢି ଗିରବଙ୍କ ସେବା କରିବାକୁ ଚାହୁଁଛି।

୫.ପ୍ରଜ୍ଞା ପ୍ରତିମା ଦାସ- ମୁଁ ମୋର ମାର୍କରେ ସନ୍ତୁଷ୍ଟ ରହିଛି।ଆଗକୁ ମଧ୍ୟ ଏହାଠାରୁ ଆହୁରି ଭଲ କରିବି ବୋଲି ଭାବୁଛି। ମୋର ସଫଳତା ପଛରେ ବାପା ମାଆ ଏବଂ ଗୁରୁଜୀ ଗୁରୁମାଙ୍କ ଆର୍ଶିବାଦ ରହିଛି। ଆଗକୁ ମୁଁ ସିଭିଲ ସର୍ଭିସ ପାଠ ପଢିବି ଏବଂ ଲୋକଙ୍କ ସେବା କରିବି ବୋଲି ଭାବୁଛି।

ସମ୍ବନ୍ଧିତ ଖବର