ରାଉରକେଲା: ଦେଶୀ ମଦ ଚୋରାଚାଲାଣ ଉପରେ ରୋକ୍ ଲଗାଇବାକୁ ରାଉରକେଲା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଧରପଗଡ଼ ଜାରି ରଖିଛି। ଏହି କ୍ରମରେ ବନ୍ଧମୁଣ୍ଡା ଓ ଲାଠିକଟା ବ୍ଲକ ଅନ୍ତର୍ଗତ ମନକୋ ଅଞ୍ଚଳରେ ଅତର୍କିତ ଚଢ଼ଉ କରାଯାଇଥିଲା। ଏଥିରେ ୪ ଜଣ ଦେଶୀ ମଦ ବେପାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମନକୋର ଜଉନୀ ସମାରିଆ ଓ ରିଙ୍କି ଲାକ୍ରା ଏବଂ ବନ୍ଧମୁଣ୍ଡାର କିରଣ ତିର୍କୀ ଓ ରିଙ୍କି ଲାକ୍ରା। ଅଭିଯୁକ୍ତମାନଙ୍କଠାରୁ ୯୭ ଲିଟର ଦେଶୀ ମଦ ଓ ଗୋଟିଏ ସ୍କୁଟି(ଓଡି-୧୪-ଏନ-୧୦୭୯) ଜବତ ହୋଇଛି।
ଆଜି ପୂର୍ବାହ୍ନରେ ମନକୋର ଜଉନୀ ଓ ଆଶା ଏକ ସ୍କୁଟିରେ ପ୍ରାୟ ୬୦ ଲିଟର ଦେଶୀ ମଦ ଚୋରାଚାଲାଣ କରୁଥିଲେ। ଏତିକିବେଳେ ପାଟ୍ରୋଲିଂରେ ଥିବା ଅବକାରୀ ବିଭାଗ ନଜରରେ ପଡ଼ିଯାଇଥିଲା। ପୁଲିସକୁ ଦେଖି ସେମାନେ ଚମ୍ପଟ୍ ମାରିବାକୁ ଉଦ୍ୟମ କରିଥିଲେ। ଫଳରେ ଅବକାରୀ ପୁଲିସର ସନ୍ଦେହ ଜାତ ହେବାରୁ ସେମାନଙ୍କୁ କାବୁ କରିନେଇଥିଲେ। ଘଟଣାସ୍ଥଳରୁ ଉଭୟଙ୍କୁ ଗିରଫ କରାଯାଇଥିଲା। ସେହିଭଳି ବନ୍ଧମୁଣ୍ଡାର କିରଣ ଓ ରିଙ୍କିଙ୍କ ପାଖରୁ ୨୭ ଲିଟର ଦେଶୀ ମଦ ଜବତ ହୋଇଛି। ଅବକାରୀ ଇନ୍ସପେକ୍ଟର ସ୍ନେହଳତା ନାୟକଙ୍କ ନିର୍ଦ୍ଦେଶରେ ତଥା ସବ୍ଇନ୍ସପେକ୍ଟର ଶ୍ରୀଧର ମହାନ୍ତି ଓ ରମାକାନ୍ତ ଚାନ୍ଦଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ବିଭାଗର ବହୁ କର୍ମଚାରୀ, ମୋବାଇଲ ସ୍କ୍ବାଡ୍ କର୍ମଚାରୀ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/06112512-bc6b-4f3b-a5ba-c6fdce2c5cb2.jpg)