ଭଦ୍ରକ: ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ଜଗନ୍ନାଥ ପୁର ସାଳନ୍ଦୀ ନଦୀ ଘାଟରେ ଦୁଇ ସାଙ୍ଗ ଗାଧୋଉ ଥିବା ବେଳେ ଜଣେ ସାଙ୍ଗ ନଦୀରେ ବୁଡ଼ିଯାଇ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଉଦ୍ଧାର ପାଇଯାଇଛି। ମୃତ ଛାତ୍ରଙ୍କ ଘର ଧୁଶୁରୀ ଅଞ୍ଚଳରେ ବୋଲି ଜଣାପଡିଛି। ମୃତ ଛାତ୍ରଙ୍କ ନାମ କ୍ରିଷ୍ଣା କାଉ ସ୍ତବ ତରାଇ। ବୟସ ୧୪। ତାଙ୍କ ବାପାଙ୍କ ନାମ ଆରତ ତରାଇ। କ୍ରିଷ୍ଣା ନିଜର ମାମୁଁ ଘର ବାଗୁରାଇରେ ରହି ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁ ଥିଲା। ଆଜି ଅପରାହ୍ନରେ ସେ ସାଙ୍ଗ ମେଳରେ ସାଳନ୍ଦୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀ ଗର୍ଭରେ ବୁଡ଼ିଯାଇ ମୃତ୍ୟୁ ଘଟିଛି। ଖବର ପାଇ ଘଟଣାସ୍ଥଳରୁ ଭଦ୍ରକ ଦମକଳ ବାହିନୀ ପହଞ୍ଚି ମୃତ କ୍ରିଷ୍ଣାକୁ ନଦୀ ଗର୍ଭରୁ ଉଦ୍ଧାର କରି ଭଦ୍ରକ ମେଡ଼ିକାଲକୁ ଆଣିଥିଲା। ଭଦ୍ରକ ଟାଉନ୍ ପୁଲିସ ଘଟଣା ସ୍ଥାନରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବାକୁ ଭଦ୍ରକ ମେଡ଼ିକାଲକୁ ପଠାଇ ଦେଇଛି।
ସାଳନ୍ଦୀ ନଦୀର ବୁଡ଼ିଯାଇ ନବମ ଶ୍ରେଣୀ ଛାତ୍ର ମୃତ
/sambad/media/post_attachments/wp-content/uploads/2018/09/drawn-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)