ଛେଣ୍ଡିପଦା: ବଜ୍ରପାତରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଗ୍ରାମର ଜଣେ ନବମଶ୍ରେଣୀ ଛାତ୍ର ମୃତ୍ୟୁବରଣ କରିଥିବାବେଳେ ପାଖରେ ଥିବା ମହିଳା ଗୁରୁତର ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଆଜି ଅପରାହ୍ନ ସାଢ଼େ ୨ଟାରେ ଜରପଡା ଗ୍ରାମର କଟାବନ୍ଧ ନିକଟରେ ସଚିଦାନନ୍ଦ ସାହୁଙ୍କ ପୁଅ ନବମଶ୍ରେଣୀ ଛାତ୍ର ବିଶ୍ୱଜିତ(୧୪) ଗାଈ ଚରାଉଥିଲେ। ଗ୍ରାମର ୫ ଜଣ ଗାଈ ଚରଉଥିଲା ବେଳେ ପାଖରେ ଥିବା ଏକ ନିମ୍ବଗଛ ତଳେ ବିଶ୍ୱଜିତ ଓ ସମ୍ପର୍କୀୟ ଖୁଡି ଧରଣୀ ସାହୁଙ୍କ ପତ୍ନୀ ଝୁଲଣା(୩୬) ଖାଇବାକୁ ବସିଥିଲେ। ଖାଇବା ପୂର୍ବରୁ ହଠାତ ବିନା ବର୍ଷାରେ ବଜ୍ରପାତରେ ବିଶ୍ୱଜିତ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ପାଖରେ ବସିଥିବା ଝୁଲଣା ଅଚେତ ଅବସ୍ଥାରେ ଟଳିପଡିଥିଲେ। ଗୁରୁତର ଅବସ୍ଥାରେ ଝୁଲଣଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜରପଡା ପୁଲିସ ବିଶ୍ୱଜିତର ମୃତଦେହ ଜବତ କରି ଅପମୃତ୍ୟୁ ମାମଲାରେ ତଦନ୍ତ ଚଳେଇଛି।
ବଜ୍ରପାତରେ ନବମଶ୍ରେଣୀ ଛାତ୍ର ମୃତ, ମହିଳା ଗୁରୁତର
/sambad/media/post_attachments/wp-content/uploads/2020/09/lightning.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)