୧୧ମାସ ପରେ ଆଜି ଖୋଲିବ ୯ମ ‌ଶ୍ରେଣୀ; ମାର୍ଗଦର୍ଶିକାକୁ ନେଇ ଅଭିଭାବକଙ୍କୁ ସହ ଆଲୋଚନା

ଜୟପୁର: କରୋନା ସଂକ୍ରମଣ ଭୟରେ କେନ୍ଦ୍ର ଓ ରାଜ୍ୟ ସରକାର ସ୍କୁଲ ଗୁଡ଼ିକୁ ବନ୍ଦ କରି ଦେଇଥିଲେ। ସାମାନ୍ୟ ସ୍ବାଭାବିକ ହେବା ପରେ ସଂପ୍ରତି ପୁଣି ରାଜ୍ୟ ସରକାର ପ୍ରଥମେ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବାକୁ ନିର୍ଦେଶ ଦେଇଥିଲେ। ଆସନ୍ତାକାଲି ଠାରୁ ୯ମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ନିର୍ଦେଶ ଦେଇଛନ୍ତି। ଏହି କ୍ରମରେ ଆଜି ସ୍ଥାନୀୟ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ସୁରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଅଭିଭାବକଙ୍କୁ ନେଇ ବୈଠକ କରାଯାଇଥିଲା। ସରକାର ଧାର୍ଯ୍ୟ କରିଥିବା ମାର୍ଗଦର୍ଶିକା ସଂପର୍କରେ ସେମାନଙ୍କୁ ସୂଚନା ଦିଆଯାଇଥିଲା।

ସୂଚନାଯୋଗ୍ୟ ସରକାରୀ ଉଚ୍ଚବିଦ୍ୟାଳୟରେ ୨୮୩ଜଣ ଛାତ୍ରଛାତ୍ରୀ ନାଁମ ଲେଖାଇଛନ୍ତି। ଆଜିକାର ବୈଠକରେ ୪୦ଜଣ ଅଭିଭାବକ ଯୋଗ ଦେଇଥିଲେ। ସ୍କୁଲ ସାଢ଼େ ୮ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଶ୍ରେଣୀ ହେବ। ଛାତ୍ରଛାତ୍ରୀ ମାନେ ୮ଟା ବେଳେ ସ୍କୁଲ ପହଚିଂବେ। ସେଭଳି ଦଶମର ସକାଳ ୧୧ଟାରୁ ୪ଟା ପର୍ଯ୍ୟନ୍ତ ଶ୍ରେଣୀ ହେବ। ବୈଠକରେ ଅଭିଭାବକ ପରିଚାଳନା କମିଟିର ସଭାପତି ହୀରାମଣି ଦାମି, ଦିଲ୍ଲୀପ ପଣ୍ଡା, ଏମ.ଯୋଗେଶ୍ବର, ପ୍ରଭାତ କୁମାର ରଥ, ବିଶ୍ବରଂଜନ ଗୌଡ, କେ.ପ୍ରମିଳା, ରଶ୍ମିତା ନାହାକ, ଯଞେଶ୍ବର ପଣ୍ଡା, ପ୍ରକାଶ ପଟ୍ଟନାୟକ, ଓମପ୍ରକାଶ ମିଶ୍ର ପ୍ରମୁଖ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର