କୋରେଇ: ଆଜି ଅପରାହ୍ଣରେ କାଳବୈଶାଖୀ ଝଡ଼ ତୋଫାନରେ କୋରେଇ ବ୍ଲକ୍‌ର ଜହ୍ନା, ଖମଣ, ବଡ଼ବିରୁଆଁ, ତଣ୍ତରା ଆଦି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କେତେକ ସ୍ଥାନରେ ଗଛଡାଳ ଭାଙ୍ଗି ପଡ଼ିଥିଲା ବେଳେ ଚାଳଛପର ଉଡ଼ାଇ ନେଇଛି। ପ୍ରବଳ ବ୍ରଜପାତ ଯୋଗୁଁ ଲୋକମାନେ ଭୟଭୀତ ହୋଇ ବର୍ଷା ସମୟରେ ବାହାରକୁ ବାହାରିପାରିନଥିଲେ।

Advertisment

ବଜ୍ରପାତରେ ଖମଣ ପଞ୍ଚାୟତ ଶଙ୍ଖଚିଲାସ୍ଥିତ ମଠପାଟଣା ଗ୍ରାମର ଦଶରଥ ପୃଷ୍ଟି ଓ ଆନନ୍ଦଚରଣ ସାହୁଙ୍କ ବାଡ଼ିରେ ଥିବା ନଡ଼ିଆଗଛ ଜଳିଯାଇଛି। ପ୍ରବଳ ଝଡ଼ ପବନରେ ଚାଳ ଛପର ଓ ଟିଣ ଛପର ଆଦି ଉଡ଼ାଇ ନେଇଛି। ବଜ୍ରପାତ ଯୋଗୁଁ ଅଧିକାଂଶ ଲୋକଙ୍କ ଘରେ ପଙ୍ଖା, ଟିଭି ଓ ଏସି ଇତ୍ୟାଦି ବିଦ୍ୟୁତ୍‌ ସାମଗ୍ରୀ ପୋଡ଼ି ଯାଇଛି। ଖୁଣ୍ଟ ପଡ଼ିବା ଓ ତାର ଛିଣ୍ତିଯିବା ଯୋଗୁଁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇପଡ଼ିଛି।