ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ଜଣେ ୫ ବର୍ଷର ଶିଶୁପୁତ୍ରକୁ କରୋନା ଭାଇରସ ସଂକ୍ରମଣ ହୋଇଥିବା ଜଣାଯାଇଛି । ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ଜିଲ୍ଲାପାଳ ଶ୍ରୀ ସାମଲ କହିଛନ୍ତି, ପରିବାର ଲୋକଙ୍କ ସହ ବାହାର ରାଜ୍ୟରୁ ଆସି ଶିଶୁପୁତ୍ର କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲା । ମଙ୍ଗଳବଜାରର ବାସିନ୍ଦା ଏହି ଶିଶୁ ସହ ତା’ର ପରିବାର ଲୋକେ ମଧ୍ୟ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ଶିଶୁର ସ୍ୱାସ୍ଥ୍ୟାବସ୍ଥା ଉପରେ ପ୍ରଶାସନ ନଜର ରଖିଛି ।
ପରିବାର ଲୋକେ ଗତ ୧୬ ତାରିଖ ଉତ୍ତର ପ୍ରଦେଶର ଆଗ୍ରାରୁ ଫେରିଥିଲେ । ସେମାନେ ଫେରିବା ପରେ ପୂରା ପରିବାର ହୋମ କ୍ୱାରେଣ୍ଟାଇନରେ ଥିଲେ । ଗତ ୧୯ ତାରିଖରେ ସେମାନଙ୍କର ସ୍ୱାବ ନମୁନା ସଂଗ୍ରହ ହୋଇଥିଲା । ଆଜି ୫ ବର୍ଷର ଶିଶୁପୁତ୍ରର ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି । ଏହା ପରେ ପୁଲିସ ଓ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ମଙ୍ଗଳବଜାର ପହଞ୍ଚିଛନ୍ତି । ସଂପୃକ୍ତ ଅଂଚଳ କଣ୍ଟେନମେଣ୍ଟ ଜୋନ ପରିସରକୁ ଆସିବ କି ନାହିଁ, ଏ ସଂପର୍କରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି ଆସିବା ପରେ ଜଣାପଡ଼ିବ ।
A five year old boy from Mangal Bazar, Jharsuguda has been tested COVID positive. There is nothing to be panicked about. The entire family have been in Home quarantine since their return from outside the state. There is constant monitoring over their health conditions. pic.twitter.com/SC37FE5YSb
— DM_Jharsuguda (@dm_jharsuguda) May 22, 2020
ଝାରସୁଗୁଡ଼ାରୁ ପ୍ରଥମ କରୋନା ପଜିଟିଭ ଗତ ଏପ୍ରିଲ ୨୯ରେ ଚିହ୍ନଟ ହୋଇଥିଲା । ସେହିପରି ଦ୍ୱିତୀୟ ଆକ୍ରାନ୍ତ ବ୍ୟକ୍ତି ଗତ ୨ ତାରିଖରେ ଚିହ୍ନଟ ହୋଇଥିଲେ । ପ୍ରଥମ ୨ ଦୁଇ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଯିବା ପରେ ଝାରସୁଗୁଡ଼ା ଜିଲ୍ଲା କରୋନା ମୁକ୍ତ ହୋଇଥିଲା । ତେବେ ଆଜି ଜଣେ ଶିଶୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଝାରସୁଗୁଡ଼ା ଜିଲ୍ଲାକୁ କରୋନା ପୁଣି ଫେରିଛି ।