କାର ଧକ୍କାରେ ଜଳିଗଲା ଲୁନା, ୨ ଗୁରୁତର

ନିରାକାରପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ଛକ ଠାରେ ଏକ ଲୁନା ଓ କାର ମଧ୍ୟରେ ଧକ୍କା ହେବା ଫଳରେ ଲୁନାଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଏଥିରେ ଲୁନା ଓ କାର ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ପରିଚୟ ମିଳି ନ ଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

ସମ୍ବନ୍ଧିତ ଖବର