ଜଳେଶ୍ୱର: ଜଳେଶ୍ୱର ଭୋଗରାଇ ବ୍ଲକ୍ ଜୟନାରାୟଣପୁର ପଞ୍ଚାୟତ ନାରାୟଣପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ପାଗଳା କୁକୁର ଜଣେ ବୃଦ୍ଧାଙ୍କୁ ଝୁଣି ମାରିଦେଇଥିବା ଖବର ସାମ୍ନାକୁ ଆସିଛି ।
କୁକୁର ସହ ମଣିଷର ଲଢ଼େଇରେ ଶେଷରେ ବୃଦ୍ଧାଙ୍କ ଜୀବନ ଚାଲିଯାଇଥିଲା । ବୃଦ୍ଧାଙ୍କୁ ବଞ୍ଚାଇବାକୁ ଯାଇ ଗ୍ରାମବାସୀ ପାଗଳା କୁକୁରକୁ ପିଟିପିଟି ହତ୍ୟା କରିଛନ୍ତି । ବୁଲା କୁକୁର ଆକ୍ରମଣ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ଅଧିକ ପଢ଼ନ୍ତୁ: ବାଲିଆପାଳରେ ଚାଞ୍ଚଲ୍ୟ: ବାଲିଚତରା ସମବାୟ ସମିତି ଅଫିସରୁ ଚୋରି
/sambad/media/media_files/2024/11/14/oE86uIthxp2KfWiszVWQ.jpeg)
ଏହି ଘଟଣା ପରେ ଲୋକେ ଛୋଟ ଛୁଆଙ୍କୁ ଏକୁଟିଆ ବାହାରକୁ ଛାଡୁ ନାହାନ୍ତି। ସେହିପରି ନିଜେ ଏକୁଟିଆ ବାହାରକୁ ବାହାରିବାକୁ ମଧ୍ୟ ସୁରକ୍ଷିତ ମଣୁ ନାହାନ୍ତି।
ଅଧିକ ପଢ଼ନ୍ତୁ: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ବାଲିଆପାଳ ଶାଖାରୁ ଲକ୍ଷାଧିକ ଟଙ୍କା ଲୁଟ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)