ପଣ୍ଡାପଡ଼ା: ପଣ୍ଡାପଡ଼ା ଥାନା ବସନ୍ତପୁର ପଞ୍ଚାୟତ ଅନ୍ତର୍ଗତ ଉକୁଚାବେଡା ମୁଣ୍ଡା ସାହିରେ ଜାମୁକୋଳି ତୋଳିବାକୁ ଗଛକୁ ଚଢ଼ି ବିଦ୍ୟୁତ ତାରରେ ବାଜି ଜଣେ ନାବାଳକର ଡାହାଣ ଗୋଡ଼ଟି ଆଣ୍ଠୁ ତଳରୁ ଛିଣ୍ଡି ପଡ଼ିଥିଲା। ଆହତ ବାଳକ ସ୍ବର୍ଗତ ବିଜୟ ମୁଣ୍ଡାଙ୍କ ପୁଅ ବିକାଶ (୧୦)କୁ କଟକ ବଡ଼ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠା ଯାଇଥିଲା।

Advertisment

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଅପରାହ୍ଣ ପ୍ରାୟ ୨ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ନାବାଳକର ମୃତ୍ୟୁରେ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।