ଘଟଗାଁ: ଆଜି ପୂର୍ବାହ୍ନ ୧୧ଟା ବେଳେ ଘଟଗାଁ ବାଇପାସ୍‌ଠାରେ ଏକ ସଡ଼କ ଦୁର୍ଘଟଣାରେ ସ୍ଥାନୀୟ ଉପରଡିହା ଗ୍ରାମର ବରିଷ୍ଠ ନାଗରିକ ତଥା ସମାଜସେବୀ ଉଛବ ପଳେଇ(୬୦)ଙ୍କ ଜୀବନ ଯାଇଛି। ଆଜି ସେ ବାଇପାସରେ  ରାସ୍ତା ପାର ହେଉଥିବା ବେଳେ ବିପରୀତ ଦିଗରୁ ଏକ କାର ତାଙ୍କୁ ଧକ୍କା ଦେଇଥଇଲା। ଗୁରୁତର ଅବସ୍ଥାରେ ତାଙ୍କୁ ସମ୍ପୃକ୍ତ ଗାଡି ମାଲିକ ପ୍ରଥମେ ଘଟଗାଁ ମେଡିକାଲକୁ ନେଇଥିଲେ। ମାତ୍ର ଅତି ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ମୃତ୍ୟୁ ଶଯ୍ୟା ନିକଟରେ  ତାଙ୍କ ସହଧର୍ମିଣୀ ଯଶୋଦାରାଣୀ ପଲେଇ,  ବଡ଼ପୁଅ ରାଜ କିଶୋର ପଲେଇ  ଓ ସାନ ପୁଅ ସରୋଜ କୁମାର ପଲେଇ ସମେତ ପୁତ୍ରବଧୂ ଓ ନାତିନାତୁଣୀ ଉପସ୍ଥିତ ଥିଲେ। ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗକୁ  ସମବେଦନା ଜଣାଇଥିଲେ।  ପରେ ଏକ ଶୋଭାଯାତ୍ରାରେ ତାଙ୍କ ମରାଶରୀରକୁ ନିଆଯାଇ ଗ୍ରାମ୍ୟ ଶ୍ମଶାନ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ବଡ଼ ପୁଅ ରାଜେନ୍ଦ୍ର ମୁଖାଗ୍ନି ଦେଇଥିଲେ।