ନୀଳଗିରି/ରାଜବରହମପୁର: ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ପାଣି ପାଇପ୍‌। ନୀଳଗିରି ବ୍ଲକ୍‌ ଗୋହିରା ଗ୍ରାମର ରବୀନ୍ଦ୍ର ରାଉତ ପାଣି ପାଇପ୍‌ କଣ୍ଟ୍ରାକ୍ଟର ଭାବେ କାମ କରନ୍ତି। ସେ ନିଜ ଘର ବାଡ଼ିରେ ଲକ୍ଷାଧିକ ଟଙ୍କାର ପାଣି ପାଇପ୍‌ ଗଚ୍ଛିତ ରଖିଥିଲେ। ବାଡ଼ିରେ ଅତ୍ୟଧିକ ଅଳିଆ ଥିବାରୁ ଆଜି ରବୀନ୍ଦ୍ର ଦୁଇ ଜଣ ଶ୍ରମିକଙ୍କ ଦ୍ବାରା ବାଡ଼ିକୁ ସଫା କରାଇଥିଲେ। ପରେ ଅଳିଆକୁ ପୋଡ଼ାଯାଇଥିଲା। ତେବେ ଅସାବଧାନତା ଯୋଗୁ ପାଣି ପାଇପ୍‌ରେ ନିଆଁ ଲାଗିଯାଇଥିଲା। ଧୀରେ ଧୀରେ ନିଆଁର ପ୍ରକୋପ ବଢ଼ିଥିଲା।

Advertisment

ରବୀନ୍ଦ୍ର ଓ ଗ୍ରାମବାସୀ ନିଆଁକୁ ଆୟତ୍ତ କରବାକୁ ଉଦ୍ୟମ କରିଥିଲେ ବି ତାହା ସମ୍ଭବ ହୋଇ ନଥିଲା। ଖବର ପାଇ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରୁ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେବେଳକୁ ସବୁ ପାଇପ୍‌ ପୋଡ଼ି ନଷ୍ଟ ହୋଇଯାଇଥିଲା।