ଧର୍ମଶାଳା: ବଜ୍ରପାତରେ ଧର୍ମଶାଳା ତହସିଲ ଅନ୍ତର୍ଗତ ସୁନ୍ଦୁରିଆ ପଞ୍ଚାୟତ ଷଣ୍ଢପୁର ଗ୍ରାମର ସୁଲେଖ ଖଟୁଆଙ୍କ ୨ ବଖରା ଘର ଜଳିଯାଇଛି। ଗତକାଲି ସଂଧ୍ୟାରେ ଘଡ଼ଘଡ଼ି ସହିତ ବର୍ଷାପବନ ହୋଇଥିଲା। ଏହି ସମୟରେ ହଠାତ୍ ବ୍ରଜପାତ ହେବାରୁ ସୁଲେଖଙ୍କ ଘରେ ନିଆଁ ଲାଗିଯାଇଥିଲା।
ଘରେ ଥିବା ଧାନଚାଉଳ, ବାସନକୁସନ ସମେତ ବିଭିନ୍ନ ଆସବାବପତ୍ର ଜଳିଯାଇଥିଲା। ଅଗ୍ନିକାଣ୍ତରେ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ନଷ୍ଟ ହୋଇଯାଇଛି। ଖବରପାଇ ଚଣ୍ତିଖୋଲ ଅଗ୍ନଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତହସିଲ ପକ୍ଷରୁ ଆଜି ଖଣ୍ଡେ ପାଲ ଦିଆଯାଇଛି। ଅଗ୍ନିବିପନ୍ନ ପରିବାରକୁ ଏକ ଆବାସ ଯୋଗାଇ ଦେବାକୁ ବିଜେପି ନେତା ସର୍ବେଶ୍ବର ବେହୁରା ଧର୍ମଶାଳା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/24-4.jpg)