ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ରାସୋଳ ଥାନା ଅଞ୍ଚଳରେ ଯୁବତୀଙ୍କୁ ଅଶ୍ଳୀଳ ବ୍ୟବହାର କରିବା ରୋଡ ରୋମିଓଙ୍କୁ ମହଙ୍ଗା ପଡ଼ିଛି।

Advertisment

ସ୍ଥାନୀୟଲୋକଙ୍କ କହିବାନୁସାରେ, ଢେଙ୍କାନାଳ ଜିଲ୍ଲାର ରାସୋଳ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଜଣେ ଯୁବକ କମେଣ୍ଟ ମାରିବା ସହ ଅଶ୍ଳୀଳ ବ୍ୟବହାର ଦେଖାଇଥିଲେ । ଆଉ ଘଟଣା ବିଷୟରେ ସ୍ଥାନୀୟଲୋକେ ଜାଣିବା ପରେ ରୋଡ୍‌ ରୋମିଓଙ୍କୁ ଉତ୍ତମ-ମଧ୍ୟମ ଦେଇଥିଲେ। କେବଳ ଏତିକି ନୁହେଁ ସ୍ଥାନୀୟଲୋକେ ଯୁବକଙ୍କୁ ବାନ୍ଧି ବେକରେ ଚପଲ ମାଳ ପକାଇ ଗାଁରେ ବୁଲାଇ ଥିଲେ। ଏହି ଘଟଣା ପରେ ଲୋକଲଜ୍ଜାକୁ ଭୟ କରି ଯୁବକଙ୍କ ପରିବାରଲୋକ କ୍ଷମା ମାଗିଥିଲେ। କ୍ଷମା ମାଗିବାରୁ ଗାଁ ଲୋକ ଯୁବକଙ୍କ ଛାଡ଼ି ଦେଇଥିଲେ ।

publive-image

ଗ୍ରାମବାସୀ ରୋଡ ରୋମିଓଙ୍କୁ ଏଭଳି ଦଣ୍ଡ ଦେବାର କାରଣ ହେଉଛି। ସମୟସମୟରେ ରାସ୍ତାରେ ରୋଡ ରୋମିଓଙ୍କମାନଙ୍କ ଦାଦାଗିରି ଦେଖିବାକୁ ମିଳିଥାଏ। ଫଳରେ ସେହି ବାଟ ଦେଇ ଯାଉଥିବା ମା’ ଭଉଣୀଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ତେଣୁ ଏମିତି ଦଣ୍ଡ ଦେଲେ ଆଉ କେହି ରୋଡ ରୋମିଓ ମା’ ଭଉଣୀଙ୍କୁ କମେଣ୍ଟ ମାରିବା ସହିତ ଅଶ୍ଳୀଳ ବ୍ୟବହାର କରିବାକୁ ସାହସ କରିବେ ନାହିଁ ବୋଲି ଗ୍ରାମବାସୀ କହନ୍ତି।