ଭୋଟର କାର୍ଡ ସହ ଆଧାରକାର୍ଡ ସଂଯୋଗୀକରଣ ସମୀକ୍ଷା: ଜୟପୁର ପୌରପାଳିକା ୧୬ ଓ କୋଟପାଡ ଏନଏସି ୨୬ପ୍ରତିଶତ କରି ପଛୁଆ

ଜୟପୁର: ଭୋଟର କାର୍ଡ ସହ ଆଧାରକାର୍ଡ ସଂଯୋଗୀକରଣ ପ୍ରକ୍ରିୟା ଏବେ ଚାଲିଛି। ଏହି କ୍ରମରେ କୋଟପାଡ଼ ନିର୍ବାଚନମଣ୍ଡଳୀର କୁନ୍ଦ୍ରା ବ୍ଲକ ୭୯ପ୍ରତିଶତ ଆଧାରକାର୍ଡ ସଂଯୋଗ କରି ପ୍ରଥମ ରହିଛି। ଜୟପୁର ନିର୍ବାଚନମଣ୍ଡଳୀର ଜୟପୁର ପୌରାଚଂଳ ୧୬ପ୍ରତିଶତ ଓ କୋଟପାଡ଼ ନିର୍ବାଚନମଣ୍ଡଳୀର କୋଟପାଡ଼ ଏନଏସସି ୨୬ପ୍ରତିଶତ ପଛୁଆ ରହିଛନ୍ତି। ଆଜି ଏ ନେଇ ଉପଜିଲ୍ଲାପାଳ ବେଦବର ପ୍ରଧାନ ସମୀକ୍ଷା କରିବା ସହ କିଭଳି ଏହି ପ୍ରକ୍ରିୟାକୁ ଜୋର କରି ହେବ ସେ ନେଇ ପରାମର୍ଶ ଦେଇଥିଲେ। ଜୟପୁର ନିର୍ବାଚନମଣ୍ଡଳୀର ଜୟପୁର ପୌରପାଳିକାରେ ୬୩ହଜାର ୧୯୨ଜଣ ମତଦାତା ରହିଥିବା ବେଳେ ୯୮୧୮ଜଣଙ୍କର ୧୬ପ୍ରତିଶତ ଆଧାରକାର୍ଡ ସଂଯୋଗୀକରଣ କରାଯାଇଛି।

ସେଭଳି ଜୟପୁର ବ୍ଲକରେ ୮୩ହଜାର ୫୭୩ଜଣ ମତଦାତାଙ୍କ ମଧ୍ୟରୁ ୪୪ହଜାର ୫୦୧ଜଣ ୫୩ପ୍ରତିଶତ ଓ ବୋରିଗୁମ୍ମା ବ୍ଲକରେ ୬୦ହଜାର ୪୭୩ଜଣ ମତଦାତାଙ୍କ ମଧ୍ୟରୁ ୩୨ହଜାର ୨୫ଜଣ ୫୩ପ୍ରତିଶତ ଆଧାରକାର୍ଡ ସଂଯୋଗୀକରଣ ସରିଛି। ସେଭଳି କୋଟପାଡ଼ ନିର୍ବାଚନମଣ୍ଡଳୀର କୋଟପାଡ଼ ଏନଏସିରେ ୧୨ହଜାର ୬୯୩ଜଣ ମତଦାତାଙ୍କ ମଧ୍ୟରୁ ୩୨୮୭ଜଣ ୨୬ପ୍ରତିଶତ , ବୋରିଗୁମ୍ମା ବ୍ଲକର ୪୩ହଜାର ୩୬୪ଜଣ ମତଦାତାଙ୍କ ମଧ୍ୟରୁ ୨୬ହଜାର ୬୩ଜଣ ୬୦ପ୍ରତିଶତ ଓ କୋଟପାଡ଼ ବ୍ଲକର ୬୫ହଜାର ୯୭୯ଜଣ ମତଦାତାଙ୍କ ମଧ୍ୟରୁ ୩୪ହଜାର ୭୪୦ଜଣ ୫୩ପ୍ରତିଶତ ଓ କୁନ୍ଦ୍ରା ବ୍ଲକର ୪୮ହଜାର ୨୬୭ଜଣ ମତଦାତାଙ୍କ ମଧ୍ୟରୁ ୩୭ହଜାର ୯୪୦ଜଣ ୭୯ପ୍ରତିଶତ ମତଦାତାଙ୍କର ସଂଯୋଗୀ କରଣ କରାଯାଇଛି।

ଆଜିର ସମୀକ୍ଷା ଓ ପ୍ରଶିକ୍ଷଣ ଶିବିରରେ ଆସିଷ୍ଟାଣ୍ଟ କଲେକ୍ଟର ସ୍ନିଗ୍ଧାରାଣୀ ପଲେଇ, ସେକ୍ସନ ଅଫିସର କମଳା କୃଷ୍ଣ ରଥ, ନିର୍ବାଚନବିଭାଗର ସହାୟିକା ମନସ୍ବିନୀ ବେହେରା, କିରଣ ମହାରାଣା, ମନୋଜ ପାଳ, କୁମୁଦ ମିଶ୍ର ପ୍ରମୁଖ ସାଧନକର୍ମୀ ଭାବେ ଯୋଗ ଦେଇଥିଲେ। ଏଥିରେ ଜୟପୁର ପୌରପାଳିକା ଓ କୋଟପାଡ ଏନଏସିର ବିଏଲଓ , ସୁପରଭାଇଜର ମାନେ ଭାଗ ନେଇଥିଲେ। ପ୍ରଥମ କରି ଜୟପୁର ପୌରପାଳିକାରେ ଅଙ୍ଗନୱାଡୀ କର୍ମୀମାନେ ବିଏଲଓ ଭାବେ ସହଯୋଗ କରି ଆସୁଛନ୍ତି।

ସମ୍ବନ୍ଧିତ ଖବର