କେନ୍ଦ୍ରାପଡ଼ା/ଆଳି: ଗୋ-ଚାଲାଣକାରୀଙ୍କୁ ସୁରକ୍ଷା ଦେବାକୁ ଯାଇ ସାମାଜିକ କର୍ମୀ ଓ ସାମ୍ବାଦିକଙ୍କୁ ମାଡ଼ ମାରିବା ଆଳି ପୁଲିସ ପାଇଁ ମହଙ୍ଗା ପଡ଼ିଛି। ହାଇକୋର୍ଟ ମାମଲାର ଶୁଣାଣି କରି ଆବେଦନକାରୀଙ୍କ ଅଭିଯୋଗ ଉପରେ ଚାରି ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ରାପଡ଼ା ଏସ୍ପି ମଦକର ସନ୍ଦିପ ସ˚ପଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତଙ୍କ ଏ ପ୍ରକାର ନିର୍ଦ୍ଦେଶ ଆଳି ଥାନାଧିକାରୀ ସଲିଳ ପ୍ରଧାନଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀଙ୍କ ଅଡ଼ୁଆ ବଢ଼ାଇ ଦେଇଛି। ଏବେ ସଭିଙ୍କ ନଜର ଏସ୍ପିଙ୍କ ପଦକ୍ଷେପ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ଚାରି ସପ୍ତାହ ଭିତରେ ମାମଲାରେ ପଦକ୍ଷେପ ନେବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିବାରୁ ଏସ୍ପି ଘଟଣା ଉପରେ କି’ ପ୍ରକାର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାରି ଉପରେ ସଭିଙ୍କ ନଜର ରହିଛି।
ନଭେମ୍ବର ୨୮ତାରିଖ ବିଳମ୍ବିତ ରାତିରେ ଆଳି ପୁଲିସ ଏହି ବର୍ବର ରୂପ ସାମ୍ନାକୁ ଆସିଥିଲା ା ଆଠମାଣିଆ ଛକରେ ଗୋରୁ ବୋଝେଇ ଗାଡ଼ିକୁ ଅଟକାଇଥିବା ସାମାଜିକ କର୍ମୀ ଶୁଭାଶିଷ ଷଡ଼ଙ୍ଗୀ, ସାମ୍ବାଦିକ ଦୁଷ୍ମନ୍ତ ଆଚାର୍ଯ୍ୟ ଓ ସଂଜୟ ବ୍ରହ୍ମାଙ୍କୁ ପୁଲିସ ୫ହଜାର ଟଙ୍କା ଲୁଟ୍ ଅଭିଯୋଗରେ ଗିରଫ କରି ଜେଲ୍ ପଠାଇ ଦେଇଥିଲା ା କେବଳ ସେତିକି ନୁହେଁ, ଘଟଣା ଦିନ ରାତିରେ ଏମାନଙ୍କୁ ଥାନାରେ ଅଟକ ରଖି ଥାନାଧିକାରୀ ଶ୍ରୀ ପ୍ରଧାନ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା ା ଏପରିକି ସାମାଜିକ କର୍ମୀ ଶ୍ରୀ ଷଡ଼ଙ୍ଗୀକୁ ଧକ୍କା ମାରି ମାରି ଥାନା ଭିତରକୁ ନେଇ ଯାଉଥିବାର ଭିଡିଓ ଭାଇରାଲ୍ ହୋଇଯାଇଥିଲା ା ଗୋ-ଚାଲାଣକାରୀଙ୍କୁ ଗିରଫ କରିବା ପରିବର୍ତ୍ତେ ଯେଉଁ ତିନି ଜଣ ଗୋରୁ ଗାଡ଼ିକୁ ଅଟକାଇଥିଲେ, ସେମାନଙ୍କୁ ପଦନପୁର ବସ୍ତିର ସେକ କଲାମଙ୍କ ଠାରୁ ୫ ହଜାର ଟଙ୍କା ଲୁଟ୍ କରିଥିବା ଦର୍ଶାଇ ପୁଲିସ ଗିରଫ କରିବା ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା ା ଗୋ-ଚାଲାଣକାରୀଙ୍କୁ ସୁରକ୍ଷା ଦେବା ପାଇଁ ଆଳି ଥାନାଧିକାରୀ ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇଥିବା ସାଧାରଣରେ ମତପ୍ରକାଶ ପାଇଥିଲା। ଏସ୍ପିଙ୍କ ପାଖେ ବି ଆଳି ପୁଲିସର ବେଆଇନ ଗିରଫଦାରୀ ଏବଂ ଦମନନୀତି ବିରୋଧରେ ସାମାଜିକ କର୍ମୀ ଫେରାଦ୍ ହେବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ା
ମାତ୍ର ଏସ୍ପି ଏ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ମାମଲା ହାଇକୋର୍ଟକୁ ଯାଇଥିଲା। ବେଆଇନ ଗୋ-ଚାଲାଣକୁ ରୋକିବା ପରିବତର୍ତ୍ତେ ଆଳି ପୁଲିସ ପ୍ରୋତ୍ସାହନ ଦେଉଥିବା ଆବେଦନରେ ଦର୍ଶାଯାଇଥିଲା ା ଏ କଥା ବି ଦର୍ଶାଯାଇଥିଲା ଯେ ନଭେମ୍ବର ୨୮ତାରିଖ ବିଳମ୍ବିତ ରାତିରେ ଡ୍ୟୁଟିରେ ଥିବା ଜନୈକ ହୋମଗାର୍ଡଙ୍କ ଉପସ୍ଥିତିରେ ଗୋରୁ ଗାଡ଼ି ଯାଇଥିଲା ା କିନ୍ତୁ ଏହାକୁ ଅଟକାଗଲା ନାହିଁ। ଆମେ ଏହାର ପ୍ରତିବାଦ ଜଣାଇବାକୁ ଥାନାକୁ ଯେତେବେଳେ ଆସିଲୁ, ଥାନାଧିକାରୀ ଓଲଟା ଆମକୁ ଅସଭ୍ୟ ଭାଷାରେ ଗାଳିଗୁଲଜ୍ କରିବା ସହିତ ମାଡ଼ ଅମାନୁଷିକ ଭାବେ ମାରିଥିବା ସାମାଜିକ କର୍ମୀ ଶ୍ରୀ ଷଡ଼ଙ୍ଗୀ ଗଣମାଧ୍ୟମରେ ଆଗରେ ଅଭିଯୋଗ କରିଥିଲେ। ତେବେ ଅଦାଲତ ମାମଲାର ଶୁଣାଣି କରି ଚାରି ସପ୍ତାହ ଭିତରେ ପଦକ୍ଷେପ ନେବାକୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିବା ଆଇନଜୀବୀ ବ୍ୟୋମୋକେଶ ତ୍ରିପାଠୀ ସୂଚନା ଦେଇଛନ୍ତି ା
ସେ ଗଣମାଧ୍ୟମ ଆଗରେ କହିଛନ୍ତି ଯେ ଗୋରୁ ଗାଡ଼ିକୁ ଅଟକାଇଥିବା ସାମାଜିକ କର୍ମୀ ଓ ସାମ୍ବାଦିକଙ୍କୁ ଆଳି ପୁଲିସ ମିଥ୍ୟା ମାମଲାରେ ଫସାଇ ବେଆଇନ ଭାବେ ଗିରଫ କରିଥିଲା। ଅଦାଲତ ମାମଲାର ଶୁଣାଣି କରି ଏହି ପ୍ରସଙ୍ଗରେ ଥାନାଧିକାରୀ ଓ ସଂପୃକ୍ତ ଅନ୍ୟ ପୁଲିସ ଅଧିକାରୀଙ୍କ ବିରୋଧରେ ଚାରି ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ରିପୋଟର୍ଟ ଆବେଦନକାରୀଙ୍କୁ ଜଣାଇବାକୁ କୁହାଯାଇଥିବା ଶ୍ରୀ ତ୍ରିପାଠୀ କହିଛନ୍ତି ା ଏଭଳି ସ୍ଥିତିରେ ଏସ୍ପି କିପ୍ରକାର ପଦକ୍ଷେପ ନେଉଛନ୍ତି, ତାହା ଏବେ ଦେଖିବାର ବିଷୟ ହୋଇଛି।