୨୦୦ ୟୁନିଟ୍ ବିଦ୍ୟୁତ ମାଗଣାରେ ପ୍ରଦାନ ଦାବି, ଦସ୍ତଖତ ଅଭିଯାନ ଆରମ୍ଭ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆମ ଆଦମୀ ପାର୍ଟିର ବ୍ଲକ ସ୍ତରୀୟ କର୍ମକର୍ତ୍ତାଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ମାଲକାନଗିରି ସଦର ମହାକୁମାସ୍ଥିତ ଗ୍ରୀନ ହାର୍ଟ କିଚେନଠାରେ ଏକ ବୈଠକ କରାଯାଇଥିଲା। ଆମ ଆଦମୀ ପାର୍ଟିର ଦିଲ୍ଲୀ ପରେ ପଞ୍ଜାବରେ ବିଜୟ ହାସଲ ହୋଇଛି । ନିଜର ବହୁମତ ସରକାର ଗଢି ଭଗବନ୍ତ ମାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।ପଞ୍ଜାବରେ ବିଜୟ ପରେ ସାରା ଭାରତରେ ଆମ ଆଦମୀ ପାର୍ଟିର ଲୋକପ୍ରିୟତା ବଢୁଥିବାରୁ, ବର୍ତ୍ତମାନ ସମୟ ଆସିଛି ଦିଲ୍ଲୀ ଓ ପଞ୍ଜାବ ପରେ ଓଡିଶା । ଓଡିଶାରେ ୨୦୦ ୟୁନିଟ ମାଗଣା ବିଜୁଳି ପାଇଁ ଓଡିଶାରେ ମଧ୍ୟ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି ।

ଏଥିରେ ଆମ ଆଦମୀ ପାର୍ଟିରେ ଯୁବକ, ଯୁବତୀ ଓ ବୁଦ୍ଧିଜୀବୀ ସାମିଲ ହେଉଛନ୍ତି।୨୦୦ ୟୁନିଟ ବିଜୁଳି ପାଇଁ ଗତ ବର୍ଷ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ୧୦ ଦିନ ଅନଶନ କରିଥିଲେ।କୋଭିଡ଼ କଟକଣା ଯୋଗୁଁ ଏହା ସ୍ଥଗିତ ହୋଇଥିଲା । ବର୍ତ୍ତମାନ ପୁଣି ଏହି ବିଜୁଳି ଆନ୍ଦୋଳନ ଆରମ୍ଭ ହୋଇଯାଇଥିବା ବେଳେ  ଆଜି ମାଲକାନଗିରି ଜିଲ୍ଲାରେ ମଧ୍ୟ ୨୦୦ ୟୁନିଟ୍ ବିଜୁଳି ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି।ଏହି ବୈଠକରେ କିଛି ଅନ୍ୟ ଦଳର କର୍ମୀ ମାନେ ମଧ୍ୟ ସାମିଲ ହୋଇଛନ୍ତି । ମାଥିଲି ବ୍ଲକର ସମାଜସେବୀ ବିକ୍ରମ ପଟ୍ଟନାୟକ, ସିଣ୍ଡାବେଡାର ଗଜେନ୍ଦ୍ର ନାଥ ଦର୍ଜେ, ବାରିଆବାଲ ଗ୍ରାମର ଲଷ୍ମୀ କାନ୍ତ ତାଣ୍ଡି, କୁମୁମୁଳୁଗୁମ୍ମାର ସୁବ୍ରତ ସାହୁ, ମାଲକାନଗିରିର କେନାରାମ ସରକାର, କୁଡୁମୁଲୁଗୁମ୍ମାମ ଓ କାଲିମେଳା ବ୍ଲକରୁ ମଧ୍ୟ ବହୁ ଯୁବକ ଆମ ଆଦମୀ ପାର୍ଟି ରେ ସାମିଲ ହୋଇଛନ୍ତି।ଆଜି ମାଲକାନଗିରି ଜିଲ୍ଲାରେ ମଧ୍ୟ ମାଗଣା ବିଜୁଳି ଦସ୍ତଖତ ପାଇଁ ସମସ୍ତ ବ୍ଲକକୁ ଫର୍ମ ବିତରଣ କରାଯାଇଥିଲା।ଆଗାମୀ ଦିନରେ ଓଡିଶାରୁ ସମସ୍ତ ଦସ୍ତଖତ ଫର୍ମ ଆଣି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯିବ ବୋଲି କୁହାଯାଇଛି । ଓଡିଶା ବିଦ୍ୟୁତ ଉତ୍ପାଦନ କରି ମଧ୍ୟ ବିଜୁଳି ସଙ୍କଟ ଦେଖା ଯାଉଛି। ଆଜି ବି ବିଛିନ୍ନାଞ୍ଚଳର ବିଭିନ୍ନ ଗ୍ରାମରେ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ।ଦିଲ୍ଲୀ ପରି ଓଡିଶା ରେ ମଧ୍ୟ ୨୦୦ ୟୁନିଟ ବିଜୁଳି ମାଗଣାରେ ଦେଲେ ଲୋକେ ଉପକୃତ ହୁଅନ୍ତେ। ଆଜିର ଏହି ବିଜୁଳି ଆନ୍ଦୋଳନର ଦସ୍ତଖତ ଅଭିଯାନ ଜିଲ୍ଲା ଆବାହକ କେ. ଦେଶୀରlଜୁ ଅଚାରୀ, ମାଥିଲି ବ୍ଲକ ସଂଯୋଜକ ସନ୍ତୁ ବିଶ୍ୱାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ।

ସମ୍ବନ୍ଧିତ ଖବର