ଅଭିଜିତ ମଜୁମଦାର ପାଇବେ ପ୍ରାଣନାଥ ସମ୍ମାନ

ଖୋର୍ଦ୍ଧା: ରାଜ୍ୟର ଜଣାଶୁଣା ସଂଗୀତ ନିର୍ଦେଶକ ଓ ଗାୟକ ଅଭିଜିତ ମଜୁମଦାରଙ୍କୁ ଚଳିତବର୍ଷ ପ୍ରାଣନାଥ ସଙ୍ଗୀତ ସମ୍ମାନରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ଏନେଇ ମହାବିଦ୍ୟାାଳୟ ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ମହାବିଦ୍ୟାଳୟର ଅଧ୍ୟକ୍ଷା ମୌସୁମୀ କାନୁନ୍‌ଗୋ, ଆନ୍ତଃମହାବିଦ୍ୟାଳୟ ସଂଗୀତ ପ୍ରତିଯୋଗିତାର ସଂଯୋଜକ ଶୁଭେନ୍ଦୁ ମହାନ୍ତି ଆଦିଙ୍କୁ ନେଇ ଗଠିତ କମିଟି ଏନେଇ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୭ ତାରିଖରେ ହେବାକୁ ଥିବା ପ୍ରାଣନାଥ ଜୟନ୍ତୀ ଉତ୍ସବରେ ଶ୍ରୀ ମଜୁମଦାରଙ୍କୁ ଚଳିତବର୍ଷର ପ୍ରାଣନାଥ ସମ୍ମାନ ପ୍ରଦାନ କରାଯିବ ବୋଲି ଏକ ବିବୃତ୍ତିରେ ସଂଯୋଜକ ଶ୍ରୀ ମହାନ୍ତି ଜଣାଇଛନ୍ତି।

ସମ୍ବନ୍ଧିତ ଖବର