ରାଇରଙ୍ଗପୁର: ଓଡ଼ିଶା ପ୍ରଦେଶ ଜେଏମ୍ଏମ୍ ଅଧ୍ୟକ୍ଷ ଅଞ୍ଜଳୀ ସୋରେନ(ମାରାଣ୍ଡି)ଙ୍କ ସଭାପତିତ୍ୱରେ ରାଇରଙ୍ଗପୁର ସ୍ଥିତ ପିସିଏମ୍ କଲ୍ୟାଣ ମଣ୍ଡପ ଠାରେ ଝାଡଖଣ୍ଡ ମୁକ୍ତି ମୋର୍ଛା ଦଳର ସଦସ୍ୟତା ଅଭିଯାନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓଡ଼ିଶା ପ୍ରଦେଶ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଏହି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅଭିଯାନ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଅଞ୍ଜଳୀ ସୋରେନ୍ ଶୁଭାରମ୍ଭ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଦୁବରାଜ ନାଗ, ରାଜ୍ୟ ଉପ ସଭାପତି ଦିଲ୍ଲୀପ କୁମାର ଦାସ, ରାଜ୍ୟ କୋଷାଧ୍ୟକ୍ଷ ରଣଜିତ ସିଂହ, ରାଜ୍ୟ ପ୍ରବକ୍ତା ସୁନିଲ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାଲୁରାମ କିସ୍କୁ, କେନ୍ଦ୍ରୀୟ କମିଟି ସଦସ୍ୟ ପବନ କୁମାର, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ସନାତନ ମୁଣ୍ଡା, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ମୁଖପାତ୍ର ସନ୍ତୋଷ କୁମାର ମୁର୍ମୁ, ପୂର୍ବ ମୟୁରଭଞ୍ଜ ଜିଲ୍ଲା ସମ୍ପାଦ ପୃଥୁରାଜ ହାଁସଦା, ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ମହିଳା ମୋର୍ଚ୍ଚା ନେତ୍ରୀ ଆଦରାଣୀ ବେସ୍ରା, ରାଜେନ୍ଦ୍ର ନାଥ ମାର୍ଣ୍ଡି, ଏମ.ଡି ଜାହିଦ, ସଂଖ୍ୟାଲଘୁ ସମ୍ପ୍ରଦାୟର ଜିଲ୍ଲା ସଭାପତି ସେକ ସାନୱାର, ଭୁବନ ଟୁଡୁ ଏବଂ ଦଳର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ଆସନ୍ତା ନଭେମ୍ବର ୩୦ ପ୍ରଯନ୍ତ ସଦସ୍ୟତା ଅଭିଯାନ ଚାଲିବ। ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଢେଙ୍କାନାଳ, ଯାଜପୁର ଓ ବାଲେଶ୍ବର ଜିଲ୍ଲାରୁ ନଭେମ୍ବର ସୁଦ୍ଧା ୨୦ ଲକ୍ଷ ସଦସ୍ୟତା ଗ୍ରହଣ କରାଯିବ ବୋଲି ପ୍ରେସ ବିବୃତି ମାଧ୍ୟମରେ ଶ୍ରୀମତୀ ସୋରେନ ସୂଚନା ପ୍ରଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/IMG-20230328-WA0192.jpg)