ଭୁବନେଶ୍ୱର :  ଓଡ଼ିଶାର ହସ୍ତତନ୍ତ ତଥା ପାରମ୍ପରିକ ବୁଣାକାର ଏବଂ ବାନ୍ଧକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ୨୦୨୦ ମସିହାରୁ ଅବିକା ପ୍ରସ୍ତୁତ କରିଆସୁଛି ଏକମାତ୍ର ହସ୍ତତନ୍ତ ଆଧାରିତ କ୍ୟାଲେଣ୍ଡର-"ଅବିକା କ୍ୟାଲେଣ୍ଡର" । ଓଡ଼ିଶାରେ ଅନୁଗୁଳ, ରାଉରକେଲା, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର ଆଦି ପ୍ରମୁଖ ସହର ମାନଙ୍କରେ ଅବିକା ୨୦୨୫ କ୍ୟାଲେଣ୍ଡର ସିଜିନ-୫ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ସହିତ ଅଡିସନ ମଧ୍ୟ ଆରମ୍ଭ  ହୋଇଯାଇଛି ।  ଗତକାଲି(୦୧ ସେପ୍ଟେମ୍ବର ୨୦୨୪) ସ୍ଥାନୀୟ ବୋଷ ଡାନ୍ସ ଏକାଡେମୀ, ଅନୁଗୁଳଠାରେ ଅବିକା ୨୦୨୫ କ୍ୟାଲେଣ୍ଡରର ଅଡିସନ ସିଜିନ-୫ ଅନୁଷ୍ଠିତ ହୋଇଯାଇଅଛି । ଅବିକାର ଏହି ଅନୁଗୁଳ ଅଡିସନରେ ଅବିକା ୨୦୨୧ କ୍ୟାଲେଣ୍ଡରର "ଫେସ୍ ଅଫ୍ ଦି ମନ୍ଥ୍" ଚିତ୍ରକର ଫିର୍ଦୋଷି ତବସୁମ, ସେଲିବ୍ରିଟି ମଡେଲ ଗୋପୁ ଗୋଜ୍ ଏବଂ ଅବିକାର ନିର୍ଦେଶକ ଅବିନାଶ ସାହୁ ବିଚାରପତି ଏବଂ ଅତିଥି ଭାବେ ଯୋଗଦେଇଥିଲେ ।

Advertisment

abika

ଅନୁଗୁଳ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅନେକ ପ୍ରତିଯୋଗୀ ଏହି ଅଡିସନରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି । ଆମ ଓଡ଼ିଶାର ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ଅବିକାର ଏହିପରି ନୂଆ ନୂଆ ପ୍ରୟାସ ଜାରି ରହିବ ବୋଲି ଅବିକାର ନିର୍ଦ୍ଦେଶକ ଅବିନାଶ ସାହୁ ତାଙ୍କ ଅଭିଭାଷଣରେ କହିଛନ୍ତି । ଅତିଥିମାନଙ୍କୁ ମୟୁର ଚନ୍ଦ୍ରିକା ଏବଂ ସ୍ମୃତି ଫଳକ ଦେଇ ସମ୍ମାନିତ କରାଯାଇଥିଲା । ପ୍ରଶାନ୍ତ, ସୁଶିଲ, ଋତୁ, ଲେଭିଶ୍ମିତା, ସତ୍ୟପ୍ରିୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଏବଂ ମାନସ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।