ମାଲକାନଗିରି: ଅଜଣା ରୋଗ ଯୋଗୁଁ ମାଲକାନଗିରି ଜିଲ୍ଲାରେ ୨୫ ଜଣ ଶିଶୁ ଅସୁସ୍ଥ ଦେଖାଯାଇଛନ୍ତି। କାଟନପାଲି ଗାଁର ଏହି ଶିଶୁମାନେ ହଠାତ୍‌ ଅସୁସ୍ଥ ହେବା ପରେ ସେମାନଙ୍କୁ ଏମ୍ଭି-୭୯ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

publive-image

ମାଲକାନଗିରି ଜିଲ୍ଲାର ତମାନପଲ୍ଲୀ ପରେ ଏବେ କାଟନପାଲି ଗ୍ରାମରେ ଅଜଣା ରୋଗର ଆତଙ୍କ ଦେଖାଯାଇଛି। ୨୨ରୁ ୨୫ ଜଣ ଶିଶୁ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଥଣ୍ଡା କାଶ ପରେ ଜ୍ୱର ହୋଇ ସେମାନେ ଗୁରୁତର ହୋଇ ପଡ଼ିଛନ୍ତି। ଏହି ଖବର ପାଇବା ପରେ ଆମ୍ବୁଲାନ୍‌ସ ଯୋଗେ ଶିଶୁ ମାନଙ୍କୁ ତୁରନ୍ତ ଏମଭି-୭୯ ଚିକିତ୍ସାଳୟ ଅଣାଯାଇଛି।

publive-image

ପ୍ରାଥମିକ ଚିକିତ୍ସା ପରେ ଶିଶୁମାନଙ୍କୁ କାଲିମେଳା ଚିକିତ୍ସାଳୟ ପଠାଯିବା। ଗତ ୫ଦିନ ହେବ କୋରାପୁଟରୁ ଏକ ଡାକ୍ତରୀଟିମ କାଲିମେଳାରେ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶିଶୁମାନଙ୍କ ବୟସ ୫ ବର୍ଷରୁ କମ ହେବ। ଗତ ୨୦ ଦିନ ତଳେ ତାମାନପଲ୍ଲୀରେ ୬ ଜଣ ଶିଶୁ ମୃତ୍ୟୁ ହୋଇଥିଲା। ପିଲାମାନେ ହଠାତ ଅସୁସ୍ଥ ହୋଇପଡ଼ିଥିବାରୁ ସ୍ଥାନୀୟ ଅଂଚଳରେ ଲୋକେ ଭୟଭୀତ ଦେଖାଯାଇଛନ୍ତି।