ଏକ ଏକର ଜଙ୍ଗଲରେ ଲାଗିଲା ନିଆଁ, ପୋଡ଼ିଗଲା ୩୦୦ରୁ ଅଧିକ ଗଛ

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଫରେଷ୍ଟ ରେଞ୍ଜ ଅଧୀନ ବାଳକାଟି ନର୍ସରୀ ସଂଲଗ୍ନ ଅଞ୍ଚଳରେ ଥିବା ଗ୍ରାମ୍ୟ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି ଅଗ୍ନିକାଣ୍ଡରେ ଶତାଧିକ ଗଛ ଜଳିଯାଇଛି । ଜଙ୍ଗଲ ଭିତରେ ଥିବା କରଞ୍ଜ , ଶିଶୁ , ଗମ୍ଭାରି ଆଦି କିସମର ଶତାଧିକ ଗଛ ପୋଡ଼ି ଝାଉଁଳି ଯାଇଛି । ହେଲେ ଆକାଶିଆ, ୟୁକାଲିପଟାସ ଭଳି ବଡ଼ ଗଛ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି ।

ଏସଂପର୍କରେ ଖବର ପାଇ ରେଞ୍ଜର ଜୟକୃଷ୍ଣ ଯଦୁମଣି ଦାସଙ୍କ ତତ୍ବାବଧାନରେ ସ୍ଥାନୀୟ ବନ କର୍ମଚାରୀ ସେଠାରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ପରେ ଖବର ପାଇ ବାଲିଅନ୍ତା ଅଗ୍ନିଶମ ସେବା କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ।

ଏହି ଅଗ୍ନିକାଣ୍ଡରେ ପ୍ରାୟ ୩୦୦ ଗଛ ଜଳିଯାଇଥିବା ବନ ବିଭାଗର ଜଣେ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଉଜୁଡ଼ା ଜଙ୍ଗଲ ପୁନରୁଦ୍ଧାର ଦିଗରେ ଜିଲ୍ଲା ବନଖଣ୍ଡ ଅଧିକାରୀ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି । ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ କେହି ଅସାମାଜିକ ନିଶାଡ଼ି ଜଙ୍ଗଲ ଭିତରେ ବିଡ଼ି କିମ୍ବା ସିଗରେଟ ପକାଇ ଅଗ୍ନିକାଣ୍ଡ ଘଟାଇଥିବା ଆଲେଚନା ହେଉଛି । ସୂଚନାଯୋଗ୍ୟ ୨୦୧୩/୧୪ ଆର୍ଥିକ ବର୍ଷରେ ୮ ଏକର ପରିମିତ ଏହି ଗ୍ରାମ୍ୟ ଜଙ୍ଗଲରେ ପାଖାପାଖି ୪୦୦୦ ଗଛ ଲଗାଯାଇଥିଲଶ ।

ସମ୍ବନ୍ଧିତ ଖବର