ପୁଲିସ୍ ହାତରେ ଧରାପଡ଼ିଲା ହେପାଜତରୁ ଚମ୍ପଟ୍ ମାରିଥିବା ଦୁଷ୍କର୍ମ ମାମଲାରେ ଜଡ଼ିତ ଅଭିଯୁକ୍ତ

ଖସିବା ନେଇ କିଏ ଦାୟୀ, ତଦନ୍ତ ରିପୋର୍ଟ ଦାଖଲ

ବାରିପଦା: ବାରିପଦା ସଦର ଥାନା ହାଜତରୁ ଚମ୍ପଟ୍ ମାରିଥିବା ଜଣେ ଅଭିଯୁକ୍ତକୁ ଶେଷରେ ଧରିବାରେ ସକ୍ଷମ ହୋଇଛି ପୁଲିସ୍। ଏକ ଦୁଷ୍କର୍ମ ମାମଲାରେ ଜଡ଼ିତ ଥିବା ରଜାବସା ଅଞ୍ଚଳର ବବ୍ଲୁ ହେମ୍ବ୍ରମ୍କୁ ମଙ୍ଗଳବାର ରାତି ପ୍ରାୟ ୩ଟାରେ ସଦର ଥାନା ହାଜତରୁ ହ୍ୟାଣ୍ଡକପକୁ ହାତରୁ ଖସେଇ ଖସିଯାଇଥିଲା। ବବ୍ଲୁକୁ ଆଜି ଭୋର୍ ପ୍ରାୟ ୪ଟାରେ ଉକ୍ତ ଅଞ୍ଚଳ ନିକଟସ୍ଥ ଭୁରୁଡ଼ୁବଣୀ ଜଙ୍ଗଲରୁ ପୁଲିସ୍ ଗିରଫ କରିଥିବା ବାରିପଦା ଏସଡିପିଓ କେ କେ ହରିପ୍ରସାଦ ସୂଚନା ଦେଇଛନ୍ତି।

ବବ୍ଲୁ ନାମରେ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପୁନର୍ବାର ଗିରଫ କରିବା ପରେ ଅଭିଯୁକ୍ତକୁ ସ୍ଥାନୀୟ ପିଆରଏମ୍ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା କରାଯାଇଥିବା ଜଣାପଡ଼ିଛି। ତେବେ ଥାନା ହାଜତରୁ ଜଣେ ଅଭିଯୁକ୍ତ କିପରି ଖସିଗଲେ ସେନେଇ ତଦନ୍ତ ଆରମ୍ଭ କରିଛି ପୁଲିସ୍। ବାରିପଦା ଏସଡିପିଓ ଏନେଇ ଏକ ତଦନ୍ତ ରିପୋର୍ଟ ଦାଖଲ କରିଥିବା ସୂଚନା ମିଳିଛି। ଯଦିଓ ଏପର୍ଯ୍ୟନ୍ତ କାହାରି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ତଥାପି ଜଣେ ସାଧାରଣ ଅଭିଯୁକ୍ତ ପୁଲିସ୍ ହେପାଜତରୁ ଏପରି ଖସିଯିବା ସହଜରେ ଗ୍ରହଣୀୟ ହେଉନାହିଁ।

ଏଥିପାଇଁ ପୁଲିସର ଅସାବଧାନତା ଦାୟୀ ବୋଲି ଅଭିଯୋଗ ହୋଇଛି। ଅଭିଯୁକ୍ତ ଯୁବକ ବବ୍ଲୁର ଫେରାର ହେବା ନେଇ ବାରିପଦା ଟାଉନ୍ ଥାନାରେ ସଦର ଥାନା ପକ୍ଷରୁ ଏକ ଅଭିଯୋଗ ଦାୟର ହୋଇଥିଲା। କରୋନା ସମୟରେ ଗୋଟିଏପଟେ ପୁଲିସ୍ ଉପରେ ଚାପ ଅଧିକ ଥିବାବେଳେ ହାଜତରୁ ଜଣେ ଅଭିଯୁକ୍ତ ଖସିଯିବା ଆହୁରି ଅଧିକ ସମସ୍ୟା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର