ଭବାନୀପାଟଣା: ତାମିଲନାଡୁର ତଞ୍ଜାଉର ସେକ୍ରେଡ ହାର୍ଟ ସ୍କୁଲର ଜଣେ ଛାତ୍ରୀଙ୍କୁ ଦୁଇଜଣ କର୍ମଚାରୀ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ବାରମ୍ବାର ନିର୍ଯାତନା ଦେବାରୁ ସେ ଆତ୍ମହତ୍ୟା କରିଥିଲେ। ଉକ୍ତ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଏବିଭିପିର ରାଷ୍ଟ୍ରୀୟ ସଂପାଦିକା ନିଧି ତ୍ରିପାଠୀ ଓ ଅନ୍ୟ ୩୫ ଜଣ କାର୍ଯ୍ୟକର୍ତ୍ତା ତାମିଲନାଡୁରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିବା ବେଳେ ତାମିଲନାଡୁ ସରକାର ସେମାନଙ୍କୁ ଗିରଫ କରିଛି। ମୃତ ଛାତ୍ରୀଙ୍କୁ ନ୍ୟାୟ ଓ ଗିରଫ ହୋଇଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଛାଡ଼ିବା ଦାବିରେ ଗୁରୁବାର ଏବିଭିପି କଳାହାଣ୍ଡି ଶାଖା ତରଫରୁ ସ୍ଥାନୀୟ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଆନ୍ଦୋଳନର ନେତୃତ୍ଵ ବିଶ୍ଵବିଦ୍ୟାଳୟ ଶାଖା ସଭାପତି ବିକାଶ ସାହୁ, ବିଭାଗ ସମିତି ସଦସ୍ୟ ଅକ୍ଷୟ ଧଙ୍ଗଡ଼ାମାଝି, ଶୁଭମ୍ ତ୍ରିପାଠୀ ନେଇଥିଲେ। ଆଗାମୀ ଦିନରେ ଏବିଭିପି କଳାହାଣ୍ଡି ଶାଖା ତରଫରୁ ଏହି ବିଷୟକୁ ନେଇ ସାରା ଜିଲ୍ଲାରେ ଓ କ୍ୟାମ୍ପସ ଗୁଡ଼ିକରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଜିଲ୍ଲା ସଂଯୋଜକ ନୃପମଣି ବାହୁକ ସୂଚନା ଦେଇଛନ୍ତି।
କଳାହାଣ୍ଡି ବିଶ୍ବବିଦ୍ୟାଳୟ ସମ୍ମୁଖରେ ଏବିଭିପିର ବିକ୍ଷୋଭ
/sambad/media/post_attachments/wp-content/uploads/2022/02/37d1304d-62c6-426d-bd4f-8ffc60cd41c7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)