କାର ବାଇକ ମୁଁହାମୁଁହି,ଘଟଣାସ୍ଥଳରେ ଜଳିଗଲା ବାଇକ

ଚିତ୍ରଡ଼ା: ବାରିପଦା-ଅମର୍ଦ। ରାଜ୍ୟ ରାଜପଥର ଝିଙ୍କିରିଆ ପାଖ ଭରଡ଼ାନଣ୍ଡା ନିକଟରେ ଆଜି ରାତି ପ୍ରାୟ ୧୦ ଟା ସମୟରେ କାର ସହିତ ବାଇକ ମୁଁହାମୁଁହି ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଯାଇଥିବା ଜଣାପଡିଛି।ତେବେ ଦୁର୍ଘଟଣା ରେ ବାଇକ ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ବେଳେ ବାଇକଟି କାର ଠାରୁ ୩୦ ମିଟର ଦୂରକୁ ଛିଟିକି ପଡିଛ। ଖବରରୁ ପ୍ରକାଶ କି ଆଜି ଉକ୍ତ ରାସ୍ତାରେ ଏକ ସୁଇଫ୍ଟ କାର (ଓଡି-୦୨ଭି-୦୪୪୦) ସହିତ ଏକ ବାଇକର ମୁଁହାମୁଁହି ଧକ୍କା ହୋଇଥିଲା।

ତେବେ ଧକ୍କା ଏତେ ଜୋରରେ ଥିଲା ଯେ ଘଟଣାସ୍ଥଳରେ ବାଇକଟିରେ ନିଆଁ ଲାଗିବାରୁ ବାଇକଟି ସମ୍ପୂର୍ଣ୍ଣ ରୂପେ ଜଳିଯାଇଥିଲା। ଯାହା ଫଳରେ ବାଇକଟି କେଉଁ କମ୍ପାନୀର ଏବଂ ବାଇକର ନମ୍ବର କେତେ ତାହା ଜଣାପଡିପାରିନାହିଁ।

ଖବର ପାଇ ରାସଗୋବିନ୍ଦପୁର ରୁ ଦମକଳ ଗାଡି ଆସି ଦୁଇଜଣଙ୍କୁ ନିକଟସ୍ଥ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିବାବେଳେ ମୃତକଙ୍କ ପରିଚୟ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଜଣାପଡିନାହିଁ। ଖବର ପାଇ ମୋରଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର