ଉତ୍କେଲା/କେସିଙ୍ଗା/ଚାଞ୍ଚେର: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଚାଞ୍ଚେର ଗ୍ରାମ ନିକଟରେ ବାଇକ୍ ଓ ପିକ୍ଅପ୍ ମଧ୍ୟରେ ଧକ୍କା ହେବାରୁ ୨ ବାଇକ୍ ଆରୋହୀ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନାନୁସାରେ ଭବାନୀପାଟଣାରୁ କେସିଙ୍ଗା ପଟକୁ ଯାଉଥିବା ଏକ ବାଇକ୍ (ଓଡି୦୩ଏକ୍ସ-୧୭୬୯)କୁ ଚାଞ୍ଚେର ମନ୍ଦିର ନିକଟରେ ପଛପଟୁ ଏକ ପିକ୍ଅପ୍ (ଓଡି୦୨ବିଏସ୍-୫୯୯୪) ଧକ୍କା ଦେଇ ଓଲଟି ପଡ଼ିଥିଲା।
ଏଥିରେ ବାଇକ୍ରେ ଥିବା ସ୍ବାମୀ ଓ ସ୍ତ୍ରୀ ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କହଁର ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି କେସିଙ୍ଗା ଡାକ୍ତରଖାନାକୁ ପଠାଇଥିଲେ। ସେଠାରୁ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଗୁରୁତର ଦୁଇ ଜଣଙ୍କ ପରିଚୟ ମିଳିନଥିବା ବେଳେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଅଞ୍ଚଳର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Accident_Thumbnail-750x430-1.jpg)