ସଡ଼କ ଦୁର୍ଘଟଣାରେ ୩ ମୃତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ତି‌ନିଟି ପୃଥକ ଦୁର୍ଘଟଣାରେ ତିନିଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ‌ଘଟିଛି। ମୃତକମାନେ ହେଲେ ଘସିପୁରା ଥାନା ଶୈଲଙ୍ଗର ସଂଗ୍ରାମ ମୁଦୁଲି (୨୯), ଆନନ୍ଦପୁର ଥାନା ଜଂଜାଳି ଗ୍ରାମର ବିଜୁ ବଦ୍ରା (୨୭), ଦେଉଝରଣ ଗ୍ରାମର ଦାମୋଦର ଲିଆଙ୍ଗି (୨୫)।

ସଂଗ୍ରାମ ଗତକାଲି ରାତି ୧୦ଟା ବେଳେ ଘଟଗାଁରୁ ଘସିପୁରା ଆଡ଼କୁ ବାଇକ୍‌ରେ ଆସୁଥିବାବେଳେ ୨୦ ନମ୍ବର ଜାତୀୟ ରାଜପଥ ଧକୋଠାର ଜଳନଣ୍ଡା ନିକଟରେ ଏକ ଅଜଣ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେହିପରି ରାତି ୨ଟାବେଳେ ଜଂଜାଳି ଗ୍ରାମର ବିଜୁ ବଦ୍ରା ଗୟଳମୁଣ୍ଡାରୁ ଅପେରା ଦେଖି ଘରକୁ ଫେରୁଥିବାବେଳେ କୁଲଡିହା ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲେ। ଘଟଣାସ୍ଥଳରେ ବିଜୁଙ୍କ ମୃତ୍ୟୁ ଘଟିଥିଲା।

ଭୋର ୪ଟାବେଳେ ମହୁଲଡିହା ଥାନା ଦେଉଝରଣ ଗ୍ରାମର ଦାମ‌ୋଦର ଲିଆଙ୍ଗି ବାଇକ୍‌ରେ ଗୟଳମୁଣ୍ଡାରୁ ଅପେରା ଦେଖି ଫେରୁଥିବାବେଳେ ସିନ୍ତେବେଡ଼ା ନିକଟରେ ବାଇକ୍ ଧକ୍କାରେ ପ୍ରାଣ ହରାଇଥିଲେ। ଆନନ୍ଦପୁର, ଘସିପୁରା ଏବଂ ମହୁଲଡିହା ଥାନା ପୁଲିସ ମୃତଦେହ ଜବତ କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛନ୍ତି।

ସମ୍ବନ୍ଧିତ ଖବର