ବସ୍‌-ଟ୍ରକ୍‌ ଧକ୍କା, ୯ ଆହତ

ବୀରମିତ୍ରପୁର: ବୀରମିତ୍ରପୁର ୧୪୩ ନଂ ଜାତୀୟ ରାଜପଥର ରାଣୀସତୀ ମନ୍ଦିର ନିକଟ ଭାରତ ପେଟ୍ରୋଲ ପମ୍ପ୍‌ ଠାରେ ଆଜି ଏକ ଯାତ୍ରୀବାହୀ ବସ୍‌ ଓ ଟ୍ରକ୍‌ ମଧ୍ୟ୍ୟରେ ଧକ୍କା ହେବାରୁ ବସ୍‌ର ୯ଜଣ ଯାତ୍ରୀ ଆହତ ହୋଇଛନ୍ତି।

ମିଳିଥିବା ସୂଚନାରୁ ପ୍ରକାଶ ଯେ ବିହାର ଔରଙ୍ଗାବାଦରୁ ଏକ ଯାତ୍ରୀବାହୀ ବସ୍‌ (ବିଆର୍‌ ୨୬ଏଚ୍‌ ୦୧୭୯) ପ୍ରାୟ ୬୦ଜଣ ଶ୍ରମିକଙ୍କୁ ନେଇ ଅନୁଗୁଳସ୍ଥ ଜିନ୍ଦଲ କାରଖାନାକୁ ଆସୁଥିବାବେଳେ ବୀରମିତ୍ରପୁର ସହର ମଧ୍ୟସ୍ଥ ଭାରତ ପେଟ୍ରୋଲ ପମ୍ପ୍‌ ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ୟୁପି ୭୦ଜିଟି ୧୮୭୦ ଟ୍ରକକୁ ସମ୍ମୁଖରୁ ଧକ୍କା ଦେଇଥିଲା। ଫଳରେ ବସ୍‌ରେ ଯାତ୍ରା କରୁଥିବା ୯ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ଅନ୍ୟ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଥିଲେ। ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଖବର ପାଇ ବୀରମିତ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର