ହରିଚନ୍ଦନପୁର/କେନ୍ଦୁଝର: ବାହାଘର ଭୋଜି ଖାଇ ଅଟୋ (ଓଡି-୦୯-ଏଲ୍-୫୫୪୪)ରେ ଘରକୁ ଫେରୁଥିବାବେଳେ ହରିଚନ୍ଦନପୁର ବ୍ଲକ୍ ତେନ୍ତଳାପଶି ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଲୁହାଛଡ଼ ବୋଝେଇ ଡାଲା ଅଟୋ (ଓଡ଼ି -୦୯-କ୍ୟୁ-୬୬୦୨) ମୁହାଁମୁହିଁ ଧକ୍କା ହେବାରୁ ୯ଜଣ ନାବାଳିକା ଗୁରୁତର ହୋଇଛନ୍ତିି।
ଗୁରୁତରମାନେ ହେଲେ ବାଂଶପାଳ ବ୍ଲକ୍ ଜନ୍ତାରି ଗ୍ରାମର କଇଁ ଜୁଆଙ୍ଗ (୧୪) ଓ ମାଳତୀ ଜୁଆଙ୍ଗ (୧୫), ମୀନ ଜୁଆଙ୍ଗ (୧୦), ଦୟା ଜୁଆଙ୍ଗ (୧୨), ଶଶି ଜୁଆଙ୍ଗ (୧୩), ଶିବାନୀ ଜୁଆଙ୍ଗ (୧୨), ଅଞ୍ଜଳି ଜୁଆଙ୍ଗ (୧୩), ମମତା ଜୁଆଙ୍ଗ (୧୩) ଓ ଗୀତା ଜୁଆଙ୍ଗ (୧୧)। ନାବାଳିିକାମାନେ ବାହାଘର ଭୋଜି ଖାଇବାପାଇଁ ହରିଚନ୍ଦନପୁର ବ୍ଲକ୍ ପନାସିଆ ଗ୍ରାମକୁ ଆସିଥିଲେ, ଫେରିବାବେଳେ ତେନ୍ତଳାପଶି ନିକଟରେ ଦୁର୍ଘଟଣା ଘଟିଥିଲା।
ଜିଲ୍ଲା ଯୁବ ବିଜେଡି ସଂପାଦକ ରାକେଶ କୁମାର ବେହେରା ଓ ଜଂଘିରା କଲେଜର ଡାଟାଏଣ୍ଟ୍ରି ଅପରେଟର କିଶୋର ଚନ୍ଦ୍ର ପରିଡ଼ା ଗୁରୁୁତରଙ୍କୁ ଉଦ୍ଧାର କରିି କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବରପାଇ ପଣ୍ଡାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।