ଚାନ୍ଦବାଲି: ଦ୍ରୁତଗତି ମହା ବିପତି । ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ସବୁଠି ସଚେତନ କରାଯାଉଛି । ହେଲେ ଝିଅଘରକୁ ଚତୁର୍ଥୀ ଭାର ନେଇଯାଉଥିବା ପରିବାର ମଧ୍ୟରେ ଖୁସିର ମାହୋଲ ହଠାତ ମଳିନ ପଡ଼ିିଯାଇଛି । ବୋଲେରୋ ଡ଼୍ରାଇଭରଙ୍କ ଦ୍ରୁତ ଗାଡି ଚାଳନା ପାଇଁ ଶିଶୁଙ୍କୁ ସମେତ ୧୪ଜଣ ଏହି ଦୁର୍ଘଟଣାରେ ସମ୍ମୁଖିନ ହୋଇଛନ୍ତି । ମିଳିଥିବା ସୁଚନା ଅନୁସାରେ ଜଳେଶ୍ୱରପୁର ଗାଁର ଭାଗୀରଥି ବେହେରାଙ୍କ ଝିଅର ଚତୁର୍ଥୀ ଭାର ନେଇ ଏକ ବୋଲେରୋରେ ପିରାହାଟ ଯାଉଥିଲେ ।
ତେବେ ବୋଲେରୋଟି ଖୁବ ଦ୍ରୁତ ଗତିରେ ଯାଉଥିବାବେଳେ ନାଲଗୁଣ୍ଡା ପୋଲ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ପଶିଯାଇଥିଲା । ଆଉ ଗାଡ଼ିଟି ଭାଙ୍ଗି ଚୁରମାର ହୋଇଯାଇଥିଲା । ତେବେ ଗାଡ଼ି ଡ଼୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।
/sambad/media/post_attachments/wp-content/uploads/2020/12/vlcsnap-2020-12-11-18h46m18s90-300x165.png)
ଗୁରୁତର ଆହତ ହୋଇଥିବା ଅନେକଙ୍କ ମଧ୍ୟରେ ଶିଶୁ ଥିବା ଜଣାପଡିଛି | ଦୁର୍ଘଟଣାରେ ମିନତୀ ବେହେରା(୧୭) ଶୁଭଶ୍ରୀ ମଲ୍ଲିକ (୧୧) ଗୁରୁତର ଆହତ ହୋଇ ପ୍ରଥମେ କଟକ ରେଫର ହୋଇଥିବାବେଳେ ପରେ ଡ଼ଲି ବୀର(୩୨) ମାରୁତି ବୀର(୮) , ମଞ୍ଜୁ ବେହେରା(୪୦) ରାଜେଶ ବେହେରା(୯)ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ରେଫର କରାଯାଇଛି । ଅନ୍ୟ ଆହତମାନଙ୍କର ଭଦ୍ରକ ମେଡିକାଲରେ ଚିକିତ୍ସା ଚାଲିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/WhatsApp-Image-2020-12-11-at-18.42.10.jpeg)